ବରିଷ୍ଠ ବିଜେପି କର୍ମୀ ତଥା ଭେଟରାନ ଫୁଟବଲ ଖେଳାଳୀ ରମେଶ ଅମାୟତ ଙ୍କ ବିୟୋଗ ରେ ଶୋକ
ବାଲିଗୁଡା:ଲୋକ ଆବାଜ. ଇନ/ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ର ବରିଷ୍ଠ ବିଜେପି କର୍ମୀ ତଥା ଭେଟରାନ କ୍ରୀଡାବିତ୍ ରମେଶ ଅମାୟତ ଙ୍କ ବିୟୋଗ ରେ ଶୋକ l କିଛି ଦିନ ହେବ ରମେଶ ଅମାୟତ ଅସୁସ୍ଥ ଥିଲେ ବୁଧବାର ଦିନ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ଥିଲା, ଚିକିତ୍ସାଧିନ ଅବସ୍ଥା ରେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ରମେଶ ବାଲିଗୁଡ଼ା ଅଞ୍ଚଳ ପାଇଁ ବିଜେପି ସଂଗଠନ ପାଇଁ ମୂଳଦୁଆ ଥିଲେ, ଏକାଧାରା ରେ ସେ ଜଣେ ସୂ ସଂଗଠକ, ସୁନାମଧନ୍ୟ ଫୁଟବଲ ଖେଳାଳୀ ଏବଂ ମିଷ୍ଟଭାଷୀ, ପରୋଉପକାରୀ ମେଳାପି ସ୍ଵଭାବ ର ଥିଲେ l ନୂଆସାହିସ୍ଥିତ ଗାଁ ମଶାଣି ରେ ରମେଶ ଙ୍କ ଶେଷକୃତ୍ୟ ସଂପନ୍ନ ହୋଇ ଯାଇଛି,ତାଙ୍କ ମୃତ୍ୟୁ ଖବର ବିଜୁଳି ବେଗରେ ପ୍ରସାରିତ ପରେ ବିଜେପି ଦଳ ଓ କ୍ରୀଡାବିତ୍ ମହଲ ତଥା ସାରା ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି ଏନେଇ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଜିଲ୍ଲା ବିଜେପି ସଭାପତି ପଣ୍ତିତ ବିଶିମାଝୀ, ପୁର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ବିଧାୟକ ପ୍ରାର୍ଥୀନୀ କଳ୍ପନା କହଁର, ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ ସାହୁ, ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ବାଲିଗୁଡା ବିଜେପି ନଗର ସଭାପତି ମନୋଜ କୁମାର ରଥ , ବରିଷ୍ଠ ବିଜେପି ନେତା ପଦ୍ମ ଚରଣ ଦାସ, ଦିଗାମ୍ବର ପାଣିଗ୍ରାହୀ, ଶୁଭାଶିଷ ମିଶ୍ର, ରଞ୍ଜିତ କୁମାର ଚୌଧୁରୀ, ଟିକି ଦଣ୍ଡିଆ, ନେତ୍ର ମାନସେଠ, ଗୁରୁରାମ ପାତ୍ର, କ୍ରୀଡା ଶିକ୍ଷକ ଗଙ୍ଗାଧର ପଣ୍ଡା, ଉପଖଣ୍ଡ କ୍ରୀଡା ସଂଘ ର ସମସ୍ତ ପଦାଧିକାରୀ କାର୍ଯ୍ୟକର୍ତ୍ତା ଶୋକ ବ୍ୟକ୍ତ କରିବା ସହିତ ଅମର ଆତ୍ମା ର ସଦଗତି କାମନା କରିଥିଲେ l
What's Your Reaction?