ନାରାୟଣ ପାତ୍ର ହେଲେ କନ୍ଧମାଳ ସାଂସଦ ଙ୍କ କୋଟଗଡ ବ୍ଲକ ସାଂସଦ ପ୍ରତିନିଧି।

କୋଟଗଡ / ବାଲିଗୁଡା :ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ଲୋକସଭା ନିର୍ବାଚନରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ବିଜୟ ଲାଭ କରିବା ପରେ ନିର୍ବାଚନ ମଣ୍ଡଳୀର କୋଟଗଡ ବ୍ଲକ୍ ସାଂସଦ ପ୍ରତିନିଧି ଚୟନ କରିଛନ୍ତିl କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ।
ବାଲିଗୁଡା ନିର୍ବାଚନ ମଣ୍ଡଳର କୋଟଗଡ ବ୍ଲକ ସାଂସଦ ପ୍ରତିନିଧି ଭାବରେ ନାରାୟଣ ପାତ୍ର ମନୋନୀତ ହୋଇଥିବା ଜଣାପଡ଼ିଛି । ସାଂସଦଙ୍କ ପ୍ରତିନିଧି ରୂପେ ଚୟନ ହେବା ପରେ ଆଗାମୀ ଦିନରେ ସାଂସଦ ଯାହା ଦାୟିତ୍ଵ ଦେବେ ତାକୁ ମୁଁ ସୁଚାରୁ ରୂପେ ତୁଲାଇବା ସହ ଦଳକୁ ସଂଗଠନ କରିବି ଏବଂ କୋଟଗଡ ଅଞ୍ଚଳର ବିକାଶ ପାଇଁ ପ୍ରୟାସ ଜାରି ରଖିବି ବୋଲି କହିଛନ୍ତି ନାରାୟଣ ପାତ୍ର । ଚୟନ ହେବା ପରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝି, ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ସମେତ ସମସ୍ତ ପଦାଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତିି । ସେପଟେ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ସମେତ କୋଟଗଡ ଅଞ୍ଚଳର ସମସ୍ତ ନେତୃବୃନ୍ଦ ଓ କର୍ମୀ ନାରାୟଣ ପାତ୍ର ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
What's Your Reaction?






