ଘଣ୍ଟାପଡ଼ା ଅଙ୍ଗନୱାଡି କେନ୍ଦ୍ରରେ ସୁଭଦ୍ରା ଆବେଦନ ଫର୍ମ ବଣ୍ଟନ ମେଳାଅନୁଷ୍ଠିତ

କଣ୍ଟାମାଳ: ଲୋକ୍ ଆବାଜ୍.ଇନ୍( ପୂର୍ଣ୍ଣ ଚରଣ ସାହୁ)
ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ନଂ୧ ଅଙ୍ଗନୱାଡ଼ି କେନ୍ଦ୍ରରେ ମହିଳାମାନଙ୍କୁଫର୍ମ ବଣ୍ଟନ କରାଯାଇଛି। କେନ୍ଦ୍ରର କର୍ମୀ ଜ୍ୟୋସ୍ନା ସାହୁଙ୍କ ତତ୍ବାବଧାନରେ ଅନୁଷ୍ଠିତ ମେଳାରେ ଯାଞ୍ଚ କମିଟୀ ସଭାପତି ପ୍ରଭାତ କୁମାର ସାହୁ ଉପସ୍ଥିତ ରହି ସୁଭଦ୍ରା ଯୋଜନାର ଆବେଦନ ପାଇଁ ଗାଇଡଲାଇନ ଉପରେ ଆଲୋକପାତ କରିଥିଲେ। ପ୍ରଥମ ଦିବସରେ ପ୍ରାୟ ୧୦୦ ଜଣ ମହିଳାଙ୍କୁ ଆବେଦନ ଫର୍ମ ବଣ୍ଟନ କରାଯାଇଥିଲା। କେନ୍ଦ୍ରର ସହାୟିକା ବବିତା ମହାନ୍ତି ସହଯୋଗ କରିଥିଲେ ।
What's Your Reaction?






