ପଞ୍ଚାୟତ ସମିତି ସିନାପାଲିର ସାଧାରଣ ବୈଠକ ନୂଆପଡ଼ା: ଲୋକ୍ ଆଵାଜ୍.ଇନ୍(ରାମନାଥ ପଣ୍ଡା)

ପଞ୍ଚାୟତ ସମିତି ସିନାପାଲିର ସାଧାରଣ ବୈଠକ
ନୂଆପଡ଼ା: ଲୋକ୍ ଆଵାଜ୍.ଇନ୍(ରାମନାଥ ପଣ୍ଡା)
ନୂଆପଡ଼ା ଜିଲ୍ଲା ସିନାପାଲି ପଞ୍ଚାୟତ ସମିତି ସଭା ଗୃହରେ ପଞ୍ଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ,କଳାହାଣ୍ଡି ସାଂସଦ ପ୍ରତିନିଧି ଶିବ ପ୍ରସାଦ ମୁଣ୍ଡ,ବି ଡି ଓ କର୍ମୀ ଓରାମ,ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ, ଉପାଧ୍ୟକ୍ଷା ମିନା ଘିଭେଲା,ଜିଲ୍ଲା ପରିଷଦ ସଦସ୍ୟା ଯାଜ୍ଞସେନି କଟା,ଜିଲ୍ଲା ପରିଷଦ ସଦସ୍ୟା ପୁଷ୍ପାଞ୍ଜଳି ଗୁଆଲ ଏବଂ ଜିଲ୍ଲା ପରିଷଦ ସଦସ୍ୟା ଆଶା ଜୈନ ମଞ୍ଚାସିନ ଥିବାବେଳେ ସମସ୍ତ ସରପଞ୍ଚ ଓ ସମିତି ସଦସ୍ୟ ସଦସ୍ୟା,ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ,କନିଷ୍ଠ ଯନ୍ତ୍ରୀ ତଥା ସମସ୍ତ ବିଭାଗର ବିଭାଗୀୟ ଅଧିକାରୀମାନେ ଯୋଗଦାନ କରିଥିଲେ ।ଜି ପି ଡି ଓ ସଞ୍ଜୟ କୁମାର ମଞ୍ଚ ସଂଯୋଜନା କରୁଥିଲେ । ବୈଠକରେ ରାଜସ୍ବ,ଶିକ୍ଷା,ସ୍ବାସ୍ଥ୍ୟ,ପାନୀୟ ଜଳ ଓ ପରିମଳ, କୃଷି,ଉଦ୍ୟାନ,ପ୍ରାଣୀ ସମ୍ପଦ,ମତ୍ସ୍ୟ,ଜଙ୍ଗଲ,ମହିଳା ଓ ଶିଶୁ ଉନ୍ନୟନ,ସାମାଜିକ ସୁରକ୍ଷା,ଯୋଗାଣ ଓ ଖାଉଟି କଲ୍ୟାଣ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ,ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା,ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ),ମିଶନ ଶକ୍ତି ଯୋଜନା ଉପରେ ହୋଇଥିବା ଏବଂ ହେଉଥିବା ତଥା ହେବାକୁ ଥିବା କାର୍ଯ୍ୟ ଗୁଡ଼ିକର ସବିଶେଷ ବିବରଣୀ ବିଭାଗୀୟ ଅଧିକାରୀ ମାନେ ପ୍ରଦାନ କରିଥିଲେ ।ସିନାପାଲି ପଞ୍ଚାୟତ ସମିତି ଅଧିନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ଉପରେ ଲୋକ ପ୍ରତିନିଧି ମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ରଖୁଥିଲେ ବିଭାଗୀୟ ଅଧିକାରୀ ।ସମସ୍ତ ବିଭାଗର ବ୍ଲକ ମୁଖ୍ୟ ଅଧିକାରୀ ବୈଠକରେ ଉପସ୍ଥିତ ରହିବାକୁ ବି ଡି ଓ ଦୃଷ୍ଟି ଦେବାକୁ ବିଧାୟକ ନିର୍ଦ୍ଦେଶ କରିଛନ୍ତି ।ଚଳିତ ଗ୍ରୀଷ୍ମ ଋତୁରେ ଲୋକ ଯେମିତି ଯଥେଷ୍ଟ ପରିମାଣରେ ଜଳ ପାଇପାରିବେ ସେଥିପାଇଁ ପଞ୍ଚାୟତ ଅଧିକାରୀ ଓ ବ୍ଲକ ଅଧିକାରୀ ମାନେ ସଠିକ୍ ଯୋଜନା ତିଆରି କରିବାକୁ ଆଲୋଚନା ହୋଇଥିଲା ।
What's Your Reaction?






