ଘଣ୍ଟାପଡ଼ା ଶିଶୁ ମନ୍ଦିର ବାର୍ଷିକ କ୍ରୀଡ଼ା ଉଦଯାପିତ

Nov 27, 2024 - 20:48
 0  3
ଘଣ୍ଟାପଡ଼ା ଶିଶୁ ମନ୍ଦିର ବାର୍ଷିକ କ୍ରୀଡ଼ା ଉଦଯାପିତ

କଣ୍ଟାମାଳ :ଲୋକ ଆବାଜ.ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ାସ୍ଥିତ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରର ଖେଳପଡ଼ିଆରେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ଲିଙ୍ଗରାଜ ସେଠଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କ୍ରୀଡ଼ାରେ ୧୮୯ଜଣ ଶିଶୁ ଭାଇଭଉଣୀ ଭାଗ ନେଇଥିଲେ। ଶାରୀରିକ ପ୍ରମୁଖ ବିଶିକେଶନ ସାହୁଙ୍କ ଦ୍ୱାରା ୧୦୦ମି. , ୨୦୦ମି. ,୪୦୦ମି. ଦୌଡ଼, ଲମ୍ବଡିଆଁ, ଉଚ୍ଚ ଡିଆଁ, ଗୋଳାଫିଙ୍ଗା ଆଦି ଅନେକ ଖେଳ ପରିଚାଳନା କରିଥିଲେ। ଗୁରୁମା ଜୟନ୍ତୀ ପ୍ରଧାନ,ସନ୍ତୋଷିନୀ ରଣା, ସୁରଭି ସେଠ୍, ରୀତା ରଣା, ମଞ୍ଜୁ ମହଲା, ଗୁରୁଜୀ ଦୁର୍ଯ୍ୟୋଧନ ସିଂ କହଁର,ହିମାଦ୍ରୀ ରଣା, ଟିଙ୍କଲ ବକ୍ସି ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ।ପରେ ପ୍ରଧାନ ଆଚାର୍ଯ୍ୟ ଲିଙ୍ଗରାଜ ସେଠ୍ ଙ୍କ ସଭାପତିତ୍ୱରେ ପୁରସ୍କାର ବିତରଣ ସଭାରେ ପରିଚାଳନା କମିଟୀ ସଭାପତି ଅଗସ୍ତୀ ମଲିକ ମୁଖ୍ୟଅତିଥି ,ମୁଖ୍ୟବକ୍ତା ଭାବେ ସଂପାଦକ ରଣଜିତ ରଣା ଓ ସମ୍ମାନୀତ ଅତିଥି ଭାବେ କୋଷାଧ୍ୟକ୍ଷ ଦେବେନ୍ଦ୍ରନାଥ ରଣା, ବିରେନ୍ଦ୍ର ପ୍ରସାଦ ଦେହୁରୀ ଉପସ୍ଥିତ ରହି ଶିକ୍ଷା ସହ ଖେଳକୁଦର ଆବଶ୍ୟକତା ନେଇ ବକ୍ତବ୍ୟ ରଖିଥିଲେ ଓ କୃତି ଭାଇଭଉଣୀଙ୍କୁ ପୁରସ୍କୃତ କରିଥିଲେ। ଗୁରୁମା ରଶ୍ମିତାରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୁରୁମା ଜ୍ୟୋତିମୟୀ ଦାଶ ସ୍ୱାଗତ ଭାଷଣ ଓ ଗୁରୁମା ସୁଷମା ସାହୁ ଧନ୍ୟବାଦ ଦେଇଥିଲେ। ଗୁରୁମା ସିନି ଦେହୁରୀ ,ଗୁରୁଜୀ ଚୂଳଚକ୍ର ବର୍ଗେ ଏବଂ ସେବିକା ଅହଲ୍ୟା ରଣା ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow