ବୋଡ଼େନରେ ବନ ମହୋତ୍ସବ ପାଳିତ ।

Jul 3, 2026 - 22:05
 0  100
ବୋଡ଼େନରେ ବନ ମହୋତ୍ସବ ପାଳିତ  ।

ନୂଆପଡ଼ା - ୩-୭ ଲୋକ ଆବାଜ.ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ)

ନୂଆପଡ଼ା ଜିଲ୍ଲା ବୋଡ଼େନ ଠାରେ ଫରେଷ୍ଟର ଖଗେଶ୍ବର ମାଝୀଙ୍କ ନେତୃତ୍ୱରେ ପାଳିତ ବନ ମହୋତ୍ସବ କାର୍ଯ୍ୟକ୍ରମରେ ତାଲୁକ୍ ସ୍ତରୀୟ ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ପ୍ରଥମ ଶ୍ରେଣୀ ବିଚାର ପତି ରାଜେଶ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ରୂପେ ବିଡ଼ିଓ ଚିନ୍ମୟ କୁମାର ସାଗର,ଆଇ ଆଇ ସି ଧର୍ମେନ୍ଦ୍ର କୁମାର ଭୁଏ,ଅଧ୍ୟାପକ ଗୟାଧର ମହାନ୍ତି,ଏସ ଏସ ଡି ହାଇ ସ୍କୁଲ ପ୍ରଧାନ ଶିକ୍ଷକ ଦୈତାରି ବିଶ୍ଵାଳ,ଫରେଷ୍ଟର ସଞ୍ଜୟ କୁମାର ମାଝୀ ପ୍ରମୁଖ ଯୋଗଦାନ କରିଥିଲେ ।ପ୍ରଥମ ଶ୍ରେଣୀ ବିଚାର ପତି,ବିଡ଼ିଓ ଏବଂ ଆଇ ଆଇ ସି ବୃକ୍ଷ ରୋପଣର ଶୁଭାରମ୍ଭ କରିଥିବାବେଳେ ହାଇ ସ୍କୁଲ୍ ଛାତ୍ର ଛାତ୍ରୀ,ଯୁକ୍ତ ଦୁଇ କଲେଜର ଛାତ୍ର ଛାତ୍ରୀ,ବନ ବିଭାଗ କର୍ମଚାରୀ,ପୋଲିସ କର୍ମଚାରୀ,କୋର୍ଟ କର୍ମଚାରୀ ବିଭିନ୍ନ ବୃକ୍ଷରୋପଣ କରି ବନ ମହୋତ୍ସବ ପାଳନ କରିଛନ୍ତି ।

ବିଚାର ପତି ଶ୍ରୀଯୁକ୍ତ ଦାଶ ବନ ମହୋତ୍ସବର ଉଦ୍ଦେଶ୍ୟ ଉପସ୍ଥାପନ ସହିତ ଗଛ ଲଗାଇବା କ'ଣ ପାଇଁ ତାହାରି ଉପରେ କହିଲେ କି ବୃକ୍ଷ ଦ୍ଵାରା ପରିବେଶ ସନ୍ତୁଳନ,ମୃତ୍ତିକା ସଂରକ୍ଷଣ,ଜଳବାୟୁ ନିୟନ୍ତ୍ରଣ ତଥା ଜୈବ ବିବିଧତା ଢେର୍ ମାତ୍ରାରେ ବୃଦ୍ଧି ହୁଏ ।କେବଳ ବୃକ୍ଷ ରୋପଣ କରିଦେଲେ ହେବ ନାହିଁ ତାର ଯତ୍ନ ନେଇ ତାକୁ ବଞ୍ଚାଇବା ଆମ ସମସ୍ତଙ୍କ କର୍ତ୍ତବ୍ୟ ମନେ କରିବା ଉଚିତ ବୋଲି ଆହ୍ଵାନ ଦେଇଥିଲେ।ବୋଡ଼େନ ଏନ୍ ଏନ୍ ଆର୍ ୩୦ ହେକ୍ଟର ବୃକ୍ଷ ରୋପଣ କରିବାକୁ ବନ ବିଭାଗ ସ୍ଥିର କରିଛି ବୋଲି ଫରେଷ୍ଟର ଖଗେଶ୍ବର ମାଝୀ ପ୍ରକାଶ କରିଥିଲେ । ବନ ମହୋତ୍ସବ ପାଳନ ଅବସରରେ ଫରେଷ୍ଟ ଗାର୍ଡ ଦିଗବିଜୟ ମାଝୀ,ରାକେଶ ଦଣ୍ଡସେନା, ବିଜୁଲ ରାଉତ ରାୟ, ମୋନାଲି ରାଉତ, ଦେବ ରାଜ ତାଣ୍ଡି ଙ୍କ ସମେତ ଅନ୍ୟ କର୍ମଚାରୀ ସହଯୋଗ କରିଛନ୍ତି ।ପରେ ଯୁକ୍ତ ଦୁଇ କଲେଜରେ ଅଧ୍ୟାପକ ଗୟାଧର ମହାନ୍ତିଙ୍କ ତତ୍ତ୍ଵାବଧାନରେ ପାଳିତ କାର୍ଯ୍ୟକ୍ରମରେ ଉପରୋକ୍ତ ସମସ୍ତ ଅତିଥି ଯୋଗଦାନ କରି କଲେଜ ପରିସରରେ ବୃକ୍ଷ ରୋପଣ କରିଥିଲେ ।ଅଧ୍ୟାପକ ଗୟାଧର ମହାନ୍ତିଙ୍କ ପରିଚାଳନାରେ ଆୟୋଜିତ ସଭାରେ ଫରେଷ୍ଟର ଖଗେଶ୍ବର ମାଝୀ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଚାରା ଯୋଗାଇଦେବେ ବୋଲି ଉତ୍ସାହିତ କରିଥିଲେ 

What's Your Reaction?

like

dislike

love

funny

angry

sad

wow