ଘଣ୍ଟାପଡା ଥାନା ପକ୍ଷ ରୁ ଫିଟନେସ କି ଡୋଜ୍,ଅଧା ଘଣ୍ଟା ରୋଜ କାର୍ଯ୍ୟକ୍ରମରେ ସାଇକେଲ ରାଲି'ଅନୁଷ୍ଠିତ

Aug 25, 2025 - 07:26
 0  27
ଘଣ୍ଟାପଡା ଥାନା ପକ୍ଷ ରୁ ଫିଟନେସ କି ଡୋଜ୍,ଅଧା ଘଣ୍ଟା ରୋଜ କାର୍ଯ୍ୟକ୍ରମରେ ସାଇକେଲ ରାଲି'ଅନୁଷ୍ଠିତ

କଣ୍ଟାମାଳ: ଲୋକ୍ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ)

ସାରା ଭାରତରେ ଫିଟ ଇଣ୍ଡିଆ ପାଇଁ ଚାରିଆଡ଼େ "ଫିଟନେସ୍ କି ଡୋଜ୍,ଆଧା ଘଣ୍ଟା ରୋଜ" ଅର୍ଥାତ ସ୍ୱାସ୍ଥ୍ୟକୁ ସବୁବେଳେ ଫିଟ୍ ରଖିବାପାଇଁ କିଛି ଅଧଘଣ୍ଟା ସାଇକେଲ ଚଳାଇବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଥାନା ପକ୍ଷରୁ ଏକ ଜନ ସେଚତନତା ସାଇକେଲ ରାଲି ଘଣ୍ଟାପଡ଼ା ଥାନାଠାରୁ ଆରମ୍ଭ କରାଯାଇ ପ୍ରାୟ ୨.୩୦ କି.ମି. ରାସ୍ତା କେନ୍ଦୁଲିଫ କାର୍ଯ୍ୟାଳୟ ପର୍ଯ୍ୟନ୍ତ କରାଯାଇଥିଲା।ଘଣ୍ଟାପଡ଼ା ଥାନା ଅଧିକାରୀ ଇନିସ୍ପେକ୍ଟର ବାଲ୍ମିକ ପ୍ରଧାନ ଆନୁଷ୍ଠାନିକଭାବେ ଉକ୍ତ ସାଇକେଲ ଚାଲିକୁ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଏସ୍ଆଇ ମାଧବଚନ୍ଦ୍ର ଟାକ୍ରି,ଏସ୍ଆଇ ବିଶ୍ଵାମିତ୍ର ଲୋଇଙ୍କ ସହ ସମସ୍ତ ପୁଲିସ କର୍ମଚାରୀ, ଆଇଆରବି ଜବାନ, ହୋମଗାର୍ଡ଼, ଏବଂ ଜନସାଧାରଣ ସଚେତନ ନାଗରିକ ସାମିଲ ଥିଲେ ।

What's Your Reaction?

like

dislike

love

funny

angry

sad

wow