ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ଦେହାନ୍ତ, ବାଲିଗୁଡ଼ାରେ ଶୋକ
ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି।
ସେ ବାଲିଗୁଡ଼ା ବିଧାନସଭା ଆସନରୁ ୨୦୦୪ ଓ ୨୦୦୯ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ
ବାଲିଗୁଡ଼ା: ଲୋକ୍ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା)
: ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ପରଲୋକ ଘଟିଛି । ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି କରେନ୍ଦ୍ର । ସେ ବାଲିଗୁଡ଼ା ବିଧାନସଭା ଆସନରୁ ୨୦୦୪ ଓ ୨୦୦୯ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କ ବିୟୋଗରେ ବାଲିଗୁଡ଼ା ସହ କନ୍ଧମାଳ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି ।
୨୦୦୪ ଓ ୨୦୦୯ରେ କରେନ୍ଦ୍ର ବିଜେପି ଟିକେଟରେ ବାଲିଗୁଡ଼ା ବିଧାନସଭା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କୁଟିଆ କନ୍ଧ ସମ୍ପ୍ରଦାୟରୁ ଆସୁଥିବା କରେନ୍ଦ୍ର ଥିଲେ ତାଙ୍କ ସମ୍ପ୍ରଦାୟର ପ୍ରଥମ ପୋଷ୍ଟ ଗ୍ରାଜୁଏଟ୍ । ଏହାଛଡ଼ା କୁଟିଆ କନ୍ଧଙ୍କ କୁଇ ଭାଷାରେ ସେ ୩ଟି ବହି ମଧ୍ୟ ଲେଖିଥିଲେ l
What's Your Reaction?