ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ l ମାନସିକ ରୋଗରେ ଛଅ ବର୍ଷହେଲା ପୀଡିତ, ମିଳୁନି ଭତ୍ତା

Mar 1, 2025 - 19:44
 0  28
ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ l ମାନସିକ ରୋଗରେ  ଛଅ ବର୍ଷହେଲା ପୀଡିତ, ମିଳୁନି ଭତ୍ତା

ବାଲିଗୁଡା : ଲୋକ୍ ଆଵାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା)

               ସରକାର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରିଛନ୍ତି କିନ୍ତୁ ସରକାର ଙ୍କ ଯୋଜନା ଆଜି ବି ଜନ ସଧାରଣ ପାଇବାରେ ବଞ୍ଚିତ ହୋଇ ରହିଛନ୍ତି l  ଯାହା ନିଜ ଆଖିରେ ନ ଦେଖିଲେ ବିଶ୍ବାସ କରି ହେବନାହିଁ ଆମେ କୌଣସି ଉପାନ୍ତ ଇଲାକା ର କଥା କହୁନୁ କନ୍ଧମାଳ ଜ଼ିଲ୍ଲା  କ. ନୂଆଗାଁ ପୁରୁଣାସାହି ( ନେଡିଗୁଡା ) ରେ ବସବାସ କରୁଥିବା ତୁଳସୀ ବିଶିମାଝୀ ଙ୍କ କୋଡିଏ ବର୍ଷୀୟା ଝିଅ ସ୍ୱୟଂ ସିଦ୍ଧl ବିଶିମାଝି ଦୀର୍ଘ ଛଅ ବର୍ଷ ହେବ ଶଯ୍ୟାଶାୟୀ ହୋଇ ପଡ଼ିଥିଲେ ମଧ୍ୟ ଏ ଝିଅ ଙ୍କ ପ୍ରତି ସତେ ଯେମିତି କାହାର ପଡୁନି ନଜର l  ମାନସିକ ରୋଗରେ ପୀଡ଼ିତ ହୋଇ ଯନ୍ତ୍ରଣା ପାଉଛନ୍ତି l ପାଠ ପଢିବା ବୟସ ରେ ମାନସିକ ବିକୃତି ଯୋଗୁଁ    ଚାଲିବା ଦୁ ଶୋଇ ପାରୁ ନାହାନ୍ତି, ରାତିରେ ଦିନ ହେଉନି ଏଣେ ତେଣେ ଗପୁଛନ୍ତି କଥା ବି କହି ପାରୁ ନାହାଁନ୍ତି କାହାକୁ ବି ଚିହିଁ ପାରୁ ନାହାନ୍ତି l ଝିଅ ର ଚିକିତ୍ସା ପାଇଁ  ବାଲିଗୁଡା  ମେଡିକାଲ ରୁ  ଆରମ୍ଭ କରି  ଫୁଲବାଣୀ  ମେଡିକାଲ  ବ୍ରହ୍ମପୁର କଟକ ଭୁବନେଶ୍ଵର ଦୌଡ଼ି  ଦୌଡ଼ି  ନୟାନ୍ତ  ହୋଇଛନ୍ତି  ଡ଼କ୍ଟର ତାଙ୍କୁ  ବଡ଼ ମେଡିକାଲ ରେ  ଚିକିତ୍ସା ପାଇଁ  ପରାମର୍ଶ  କରିଛନ୍ତି  ହେଲେ  ଅର୍ଥ ଅଭାବରୁ ବଡ ମେଡିକାଲ କୁ  ଯିବା  ଅସମ୍ଭବ  ହୋଇପଡିଛି l  ସ୍ୱୟଂ ସିଦ୍ଧା ର ମାଆ ଜଣେ ବିଧବା ମହିଳା ଓ ଜଣେ  ଗରିବ  ଦିନ  ମଜୁରୀଆ  ଅଟନ୍ତି  ଦୈନିକ ମଜୁରୀ  କରି  ପରିବାର  ଚଳାନ୍ତି  ପୁଅର ରୋଗ  ଏପଟେ  ପରିବାରର  ବୋଝ ରେ  ସେ ଭାଙ୍ଗି ପଡିଛନ୍ତି.l ଝିଅ ଜଣେ ଭିନ୍ନକ୍ଷମ ହୋଇଥିଲେ ସୁଦ୍ଧା ଏ ଯାଏଁ ଭତ୍ତା ମିଳିନାହିଁ l ବିଭାଗୀୟ ଅଧିକାରୀ ଜ଼ିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଚିକିତ୍ସା ସେବା ଯୋଗାଇ ଦେବାକୁ ରୋଗୀଙ୍କ ମାଆ ତୁଳସୀ ବିଶିମାଝି ନିବେଦନ କରିଛନ୍ତି l

What's Your Reaction?

like

dislike

love

funny

angry

sad

wow