ଶ୍ରୀରାମକୃଷ୍ଣ ପରମହଂସ ଦେବଙ୍କର ୧୯୦ତମ ପବିତ୍ର ଜନ୍ମୋତ୍ସବ ପାଳନ
କଳାହାଣ୍ଡି: ଲୋକ୍ ଆଵାଜ୍.ଇନ୍(ବ୍ୟୁରୋ)
ଆଜି ଶନିବାର ଦିନ ଶ୍ରୀରାମକୃଷ୍ଣ ପରମହଂସ ଦେବଙ୍କ ୧୯୦ତମ ପବିତ୍ର ଜନ୍ମୋତ୍ସବ ଶ୍ରୀରାମକୃଷ୍ଣ ଆଶ୍ରମ, ମ.ରାମପୁର, କଳାହାଣ୍ଡିଠାରେ ମହାଆଡମ୍ବରରେ ପାଳନ କରାଯାଇଛି । ଉକ୍ତ ଉତ୍ସବରେ ସାଧୁ ଓ ବହୁ ସଂଖ୍ୟକ ଭକ୍ତବୃନ୍ଦ ଯୋଗଦାନ କରିଥିଲେ । ସର୍ବ ପ୍ରଥମେ ପ୍ରାତଃ କାଳରୁ ପୂଜା, ହୋମ ସମାପନ ପରେ ଶ୍ରୀରାମକୃଷ୍ଣ ଆଶ୍ରମ, ମ.ରାମପୁର ଠାରେ ସ୍ୱାମୀ ଅଶୋକାନନ୍ଦଜୀ ମହାରାଜଙ୍କ ଅଧ୍ୟକ୍ଷତାରେ ଏକ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀମଦ ସ୍ଵାମୀ ଅମେୟାନନ୍ଦ ମହାରାଜ, ସମ୍ପାଦକ, ଚିନ୍ମୟ ମିଶନ, ଭାବନୀପାଟଣା, କଳାହାଣ୍ଡି, ମୁଖ୍ୟ ବକ୍ତା ହେମନ୍ତ କୁମାର ମୁଣ୍ଡ, ସମ୍ପାଦକ, ବାଲ ଗୋପାଳ ସେବା ନିକେତନ ହୋମ, ଭାବନୀପାଟଣା, କଳାହାଣ୍ଡି, ସମ୍ମାନୀତ ଅତିଥି ସୁରେନ୍ଦ୍ର ମହାଖୁଡ, ଅଧ୍ୟକ୍ଷ, ବିବେକାନନ୍ଦ ପବ୍ଲିକ ସ୍କୁଲ, ମ.ରାମପୁର, ସମ୍ମାନୀତ ସନ୍ୟାସୀ ସ୍ୱାମୀ ଧୀରେଶାନନ୍ଦ, ସ୍ୱାମୀ ବିରେଶାନନ୍ଦ, ସ୍ୱାମୀ ସୁକଦେବାନନ୍ଦ,ଶ୍ରୀମଦ୍ ସ୍ୱାମୀ ଦିନଦୟାଲ ପୁରୀ, ରେଣୁକାଜି ଆଶ୍ରମ, ହିମାଚଳ ପ୍ରଦେଶ, ଆଦି ଅଂଶ ଗ୍ରହଣ କରି ଶ୍ରୀରାମକୃଷ୍ଣ ପରମହଂସ ଦେବଙ୍କ ଜୀବନାଦର୍ଶ ଓ ବାଣୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାର ପ୍ରାରମ୍ଭରେ ଶ୍ରୀରାମକୃଷ୍ଣ ଆଶ୍ରମ, ମ.ରାମପୁର ଅନ୍ତେବାସୀ ଛାତ୍ରମାନଙ୍କ ଦ୍ୱାରା ଘୁମୁରା ନୃତ୍ୟ ପରିବେଷଣ କରାଯାଇଥିଲା । ସଭା ଅନ୍ତେ ମଞ୍ଚାସିନ ଅତିଥିଙ୍କ ଦ୍ୱାରା ଆଶ୍ରମର ପ୍ରାଚୀର ପତ୍ରିକା ‘ଶିଖା’ ଉନ୍ମୋଚନ କରାଯାଇଥିଲା । ଉକ୍ତ ସଭାକୁ ଅନ୍ନଦା ପ୍ରସାଦ ପଟ୍ଟନାୟକ ସଂଯୋଜନା କରିଥିବାବେଳେ ବଟ କିଶୋର ପ୍ରଧାନ ସଭା ଉପସ୍ଥାପନା କରିଥିଲେ । ଉମାକାନ୍ତ ବେହେରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।
What's Your Reaction?






