ଜଙ୍ଗଲ ସୁରକ୍ଷା ପାଇଁ ସାମୁହିକ ରକ୍ଷା ବନ୍ଧନ

କଳାହାଣ୍ଡି:ଲୋକ ଆବାଜ.ଇନ(ବ୍ୟୁରୋ)
କଳାହାଣ୍ଡି ଜିଲ୍ଲା ମ. ରାମପୁର ସେବା ଜଗତ ଅନୁଷ୍ଠାନ ପକ୍ଷରୁ ରକ୍ଷା ବନ୍ଧନ ଦିବସ ଅବସରରେ ପ୍ରକୁତି ର ସୁରକ୍ଷା ପାଇଁ ଜୁରାଖମନ ଜଙ୍ଗଲ ରେ, ବୃକ୍ଷ ଗୁଡିକୁ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା, ଯୁବକ ଯୁବତୀ ଓ କୁନି କୁନି ପିଲା ମାନେ ସାମୁହିକ ଭାବେ ପୂଜା ଅର୍ଚନା କରି ରାକ୍ଷୀ ବାନ୍ଧି ଥିଲେ ଓ ବୃକ୍ଷ ର ସୁରକ୍ଷା ପାଇଁ ଅପିଲ କରିଥିବା ସହିତ ବୃକ୍ଷ ର ମହାନତା ଉପରେ ସଚେତନତା ସୃଷ୍ଟି ପ୍ରୟାସ କରିଥିଲେ l
ଏଠାରେ ମ. ରାମପୁର ଜଙ୍ଗଲ ବିଭାଗ ଶ୍ରୀ ବାଳକୃଷ୍ଣ ଜାଲ ଅତିଥି ଭାବେ ଯୋଗ ଦେଇଥିଲେ ଥିଲେ ଓ ଟଙ୍କ ଧର ବଗର୍ତି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ସାରଦା ମାଝୀ,ସୁନିତା ତାଣ୍ଡି, ପବୀନ ଦିଗାଲ ପ୍ରମୁଖ ସହଯୋଗ କରିଥିଲେ
What's Your Reaction?






