ଶକ୍ତି ଟିଭି ୱ୍ଵେବ ଚେନାଲ ର ସ୍ଵନକ୍ଷତ୍ର ଉତ୍ସବରେ ସମ୍ମାନିତ ହେଲେ ଶିକ୍ଷକ ବୈକୁଣ୍ଠ ବେମାଲ ।

Dec 16, 2024 - 20:31
 0  53
ଶକ୍ତି ଟିଭି ୱ୍ଵେବ ଚେନାଲ ର ସ୍ଵନକ୍ଷତ୍ର ଉତ୍ସବରେ ସମ୍ମାନିତ ହେଲେ ଶିକ୍ଷକ ବୈକୁଣ୍ଠ ବେମାଲ ।

କଳାହାଣ୍ଡି,: ଲୋକ ଆବାଜ୍.ଇନ୍(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):

-ରାଜ୍ୟର ପୁରପଲ୍ଲୀରେ ସୁପରିଚିତ "ଶକ୍ତି ଟିଭି" ୱ୍ଵେବ ଚେନାଲ ତାର ଚତୁର୍ଥ ରାଜ୍ୟ ସ୍ତରୀୟ ସ୍ଵନକ୍ଷତ୍ର ଉତ୍ସବ ପାଳନ କରିଛି । ଗତ ଡିସେମ୍ବର ୧୫ ତାରିଖ ଦିନ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସହରସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ଶ୍ରୀନବୀନ ଜୈନ, ଶକ୍ତି ଟିଭି ର ମୂଖ୍ୟ ସମ୍ପାଦକ ଶ୍ରୀ କୃଷ୍ଣ ଚନ୍ଦ୍ର ସେଠୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସମ୍ମାନୀତ ଅତିଥି ଶ୍ରୀମତୀ ମମତା ଦେବୀ ଜୈନ୍, ମୂଖ୍ୟବକ୍ତା ଭାବେ ଜାତୀୟ ମାନବିକଧିକାର କମିଶନ୍ ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରସନ୍ନ ଗୁରୁ, ରାଜ୍ୟ ସରପଞ୍ଚ ସଂଘ କାର୍ଯ୍ୟକାରୀ ସଭାପତି ବୀରବର ସାହୁ, ଲାଠୋର ମହାବିଦ୍ୟାଳୟ ଅଧ୍ୟକ୍ଷ ବଳଭଦ୍ର ଦାସ, ଓଡିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ଆଶିଷ କୁମାର ମିଶ୍ର, ଡାକ୍ତର ଶ୍ରୀନିବାସ ସାମଲ ପ୍ରମୂଖ ମଞ୍ଚାସୀନ ଥିଲେ । ଏହି ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରତିଭା ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ସହ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିଲା। କଳାହାଣ୍ଡି ଜିଲ୍ଲାରୁ ଭବାନୀପାଟଣା ରିଷିଗାଁ ସି ଆର ସି ସି ତଥା ବହୁମୁଖି ପ୍ରତିଭାର ଅଧିକାରୀ ଶିକ୍ଷକ ଶ୍ରୀ ବୈକୁଣ୍ଠ ବେମାଲ ଙ୍କୁ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ଶକ୍ତି ଟିଭି ୱ୍ଵେବ ଚେନାଲ ପକ୍ଷରୁ ସମ୍ବର୍ଦ୍ଧନା ଦେଇଥିବାରୁ ତାଙ୍କ ସହକର୍ମୀ ଓ ପ୍ରଶଂସକ ଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି । କାର୍ଯ୍ୟକ୍ରମର କଳାହାଣ୍ଡି ଜିଲ୍ଲା ବ୍ୟୁରୋ ଚିଫ୍ ବରିଷ୍ଠ ସାମ୍ବାଦିକ ରାମକୁମାର ସେନାପତି, ଜିଲ୍ଲା ପ୍ରତିନିଧି କବିରାଜ ଦୁର୍ଗା,ଅଙ୍ଗଦ ନାଏକ,ଶଶି ନାଏକ, ଜିତେନ୍ଦ୍ର ମେହେର, ଓମ୍ ପ୍ରକାଶ ଛତ୍ରିଆ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ଭବାନୀପାଟଣାରୁ ବି ଆର୍ ସି ହୃଷୀକେଶ ନାଏକ, ଅନ୍ୟତମ ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ସମର୍ଲିଆ, ଆଇନଜୀବୀ ଋଷିସୂଦନ ଛତ୍ରପାଲ, ଏଓଏସସିଏଫ୍ ର କର୍ମକର୍ତ୍ତା ଦେବେନ୍ଦ୍ର କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବ ଓଡିଶା ବ୍ୟୁରୋ ଚିଫ୍ ପ୍ରଦୀପ ଦାସ ବିବରଣୀ ପାଠ କରିଥିଲେ ଓ କାର୍ଯ୍ୟକ୍ରମକୁ ସାମ୍ବାଦିକା ରଶ୍ମିତା ବେହେରା ପରିଚାଳନା କରିଥିଲେ।

What's Your Reaction?

like

dislike

love

funny

angry

sad

wow