ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୋନପୁର ଠାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୋନପୁର ;ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ )
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୋନପୁର ଠାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି l ଏହି କାର୍ଯ୍ୟକ୍ରମ ରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା .ରମେଶ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ରହି ସ୍ୱଚ୍ଛତା ହିଁ ସେବା ର ଶପଥ ପାଠ କରାଇଥିଲେ ଏବଂ ଜାତିର ପିତା ମହାତ୍ମା ଗାନ୍ଧୀ ଦେଖିଥିବା ସ୍ବଚ୍ଛ ଭାରତ ର ସ୍ବପ୍ନ କୁ ଆମେ ସମସ୍ତେ ମିଶି ସାକାର କରିବା ବୋଲି ଆହ୍ୱାନ ଦେଇଥିଲେ l ସମସ୍ତେ ମିଶି ନିଜ ପରିବେଶ କୁ ସଫାସୁତରା ରଖିବା ଓ ଅନ୍ୟ ମାନଙ୍କୁ ଏହାଉପରେ ସଚେତନ କରାଇ ବାକୁ ସମସ୍ତଙ୍କୁ ପ୍ରବାର୍ତ୍ତାଇ ଥିଲେ. I
ଏହି କାର୍ଯ୍ୟକ୍ରମ ଟି ସକାଳ 7 ଟା ରେ ଆରମ୍ଭ ହୋଇଥିବା ବେଳେ ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ହସ୍ପିଟାଲ୍ ମ୍ୟାନେଜର ଶ୍ରୀମତୀ ବି ସାଗରିକା ଉପସ୍ଥିତ ରହି ସ୍ଵଚ୍ଛତା ସେବା କାର୍ଯକ୍ରମ ର ସଂଯୋଜନା କରିଥିଲେ l ସିଡିଏମଓ ଶ୍ରୀ ସ୍ବାଇଁ ଓ ମ୍ୟାନେଜର ଶ୍ରୀମତୀ ସାଗରିକା ଓ ସ୍ୱାସ୍ଥ୍ୟପରିଦର୍ଶକ ପ୍ରମୋଦ ସାହୁ ମଧ୍ୟ ଝାଡୁ ଧରି ସଫେଇ ଅଭିଯାନ ରେ ସାମିଲ୍ ହେଲେ l ଶ୍ରୀ ପ୍ରମୋଡ ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସ୍ୱଚ୍ଛ ଭାରତ ସଂଘଠନ ସୋନପୁର ମନୁମୁଣ୍ଡା ର ସଭାପତି ସାୟଦ ଅଲିମୁଲ ଇସଲାମ ଓ ସଂଯୋଜକ ମନୋରଂଜନ ତ୍ରିପାଠୀ ଉପସ୍ଥିତ ରହି ସ୍ୱଚ୍ଛତା ଉପରେ ବାର୍ତ୍ତା ପ୍ରଦାନ କରିଥିଲେ.l ପରେ ଶ୍ରୀ ତ୍ରିପାଠୀ ଧନ୍ୟବାଦ ପ୍ରଦାନ କରିଥିଲେ l ପରେ ପରେ ସମସ୍ତେ ମିଶି ଡାକ୍ତରଖାନା ପରିସରକୁ ସଫେଇ କରିଥିଲେ, l ଏହି କ୍ରମରେ ଆଜି ସ୍ଥାନୀୟ ଝୁପୁଡି ପଡ଼ା ଠାରେ ସ୍ୱଚ୍ଛତା ସଚେତନତା ଉପରେ ଏକ ପାଲା ପରିବେଷଣ କରାଯାଇଥିଲା l ଓ ବସ୍ତି ବାସିନ୍ଦା ଙ୍କୁ ସ୍ଵଚ୍ଛତା ସେବା ଉପରେ ସଂକଳ୍ପ ନେବାକୁ ପରାମର୍ଶ କରାଇଥିଲେ l
What's Your Reaction?






