ଦୁର୍ଗାପୂଜା ଅବସରରେ ନାଟକ ମଞ୍ଚସ୍ଥ ......... ଓଲିଉଡ଼ ଗାୟିକା ଅନନ୍ୟା ଆଚାର୍ଯ୍ୟ ଙ୍କ ଗୀତ ରେ ଝୁମିଲେ ଦର୍ଶକ

କନ୍ଧମାଳ: ଲୋକ ଆବାଜ.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମହାସିଂ ରେ ଶାରଦୀୟ ଦୁର୍ଗାପୂଜା ଅବସରରେ ନାଟକ ମଞ୍ଚସ୍ଥ l ମହାସିଂ ଦୁର୍ଗାପୂଜା ଅବସରରେ ଆୟୋଜିତ ନୟାଗଡ଼ ର ବାଳୀବଧ ନାଟକ ମଞ୍ଚସ୍ଥ ଏହି ମଞ୍ଚ ନାଟକ ର ଉଦଘାଟନି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଙ୍କ ପାର୍ଲାମେଣ୍ଟ ପ୍ରତିନିଧି ଦୁର୍ଗା ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ବାଲିଗୁଡା ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, ବାଲିଗୁଡା ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, କ ନୂଆଗାଁ ଅଞ୍ଚଳ ର ବିଶିଷ୍ଟ ସମାଜସେବୀ କୃଷ୍ଣ ମୋହନ ପାଣିଗ୍ରାହୀ, କ. ନୂଆଗାଁ ସାଂସଦ ପ୍ରତିନିଧି ପଣ୍ଡିତ ବିଶିମାଝି, ନଗର ବିଜେପି ସଭାପତି ଦିବାକର ସାହୁ, ବିଜେପି ସଭାନେତ୍ରୀ ସୁଷମା ସାହୁ, ଟୁନା ସାହୁ, ବାବୁନା ପାଣିଗ୍ରାହି,
ବରିଷ୍ଠ ସାମ୍ବାଦିକ ତଥା ନାଟ୍ୟକାର ପ୍ରମୋଦ ଦଣ୍ଡସେନା, ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର କହଁର , ମୁଖ୍ୟ ବକ୍ତା ଭାବେ ବରିଷ୍ଠ ପୁରିହିତ ଉମା ଚରଣ ଦାସ ମଂଚାସୀନ ଥିଲେ l
ଆମନ୍ତ୍ରିତ ଅତିଥି ଗଣ ଙ୍କୁ ପୂଜା କମିଟି ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉପ ଢ଼ଉକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା, ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଙ୍କ ଅଭିଭାଷଣ ଉପସ୍ଥିତ ଦର୍ଶକ ଙ୍କୁ ମନମୁଗ୍ଧ କରିଥିଲା,
ମୁଖ୍ୟ ଅତିଥି ଦୁର୍ଗା ଆଚାର୍ଯ୍ୟ ଙ୍କ ସୁପୁତ୍ରୀ ଓଲିଉଡ଼ ଗାୟିକା ଅନନ୍ୟା ଆଚାର୍ଯ୍ୟ ଙ୍କ ସୁ ମଧୁର କଣ୍ଠ ରେ ଭଜନ ଓ ହିନ୍ଦୀ ସିନେମା ସଂଗୀତ ଉପସ୍ଥିତ ଦର୍ଶକ ଙ୍କୁ ବିମୋହିତ କରିଥିଲା l କାର୍ଯ୍ୟକ୍ରମ କୁ ଦୁର୍ଗାପୂଜା କମିଟି ର ସଭାପତି କାହ୍ନୁ ଚରଣ ସାହୁ, ସମ୍ପାଦକ ସଦାଶିବ ସାହୁ, ବାଲ୍ୟ ବନ୍ଧୁ ଖଟୁଆ ଆୟୋଜନ କରିଥିବା ବେଳେ ଶିକ୍ଷକ ଶ୍ରୀଚନ୍ଦ୍ର ରାଉତ ଓ ସନ୍ତୋଷ ପାତ୍ର ମଞ୍ଚ ସଂଚାଳନ କରିଥିଲେ l
What's Your Reaction?






