ଜିଲ୍ଲା ସ୍ତରୀୟ ବିଶ୍ଵ ଦୃଷ୍ଟି ଦିବସ ପାଳିତ

ସୁବର୍ଣ୍ଣପୁର: ଲୋକ୍ ଆବାଜ୍.ଇନ୍:(ମନୋରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ)
ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ କଲାପଥର ସୁବର୍ଣ୍ଣପୁର ସଭା ଗୃହ ଠାରେ ବିଶ୍ଵ ଦୃଷ୍ଟି ଦିବସ ଅଧ୍ୟକ୍ଷ ଶ୍ରୀକାନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭା ରେ ଚକ୍ଷୁ ବିଶେଷଜ୍ଞ ଡ଼ାକ୍ତର ଭାଗ୍ୟଶ୍ରୀ ପ୍ରଧାନ, ସହକାରୀ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ, ସଂଯୋଜିକା ଅଣ ସଂକ୍ରାମକ ରୋଗ ଗୀତାଞ୍ଜଳୀ ମେହେର ଓ କିଶୋର କୁମାର ସାହୁ ଅଧ୍ୟାପକ ପ୍ରମୁଖ ମଂଚାସୀନ ଥିଲେ l ଅତିଥି ବୃନ୍ଦ ଚକ୍ଷୁ ର ଯତ୍ନ ଉପରେ ବୁଝାଇ ପ୍ରତି ଛ ମାସରେ ନିଶ୍ଚୟ ଚକ୍ଷୁ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନେଇ ନିଜ ନିଜ ଚକ୍ଷୁ ପରୀକ୍ଷା କରିବା, ସୁଷମ ଖାଦ୍ୟ, ନିଶାଦ୍ରବ୍ୟ ରୁ ନିବୃତ ରହିବା,୨୦-୨୦-୨୦ ମେଥଡ ଗ୍ରହଣ କରିବା, ଖରା ସମୟରେ ବାହାରକୁ ଗଲେ କଳା ଚଷମା ବ୍ୟବହାର କରିବା ଉପରେ ପୁଙ୍ଖାନୁପଙ୍ଖ ଆଲୋଚନା କରି ଏକ ସୁସ୍ଥ ସୁନ୍ଦର ସମାଜ ଗଠନ କରିବାରେ ସହାୟକ ହୋଇପାରିବl ଉପରେ ଗୁରୁତ୍ଵା ରୋପ କରିଥିଲେ l ସଂଯୋଜିକା ଅଣ ସଂକ୍ରାମକ ରୋଗ ଗୀତାଞ୍ଜଳୀ ମେହେର ସ୍କୁଲ ଲେଭେଲ ରେ ତମାଖୁ ମୁକ୍ତ ଉପରେ ଆବଶ୍ୟକ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।ଉକ୍ତ ସଭାରେ ସ୍କୁଲ ର ସମସ୍ତ କର୍ମକର୍ତ୍ତା , ଛାତ୍ର ଛାତ୍ରୀ, ସ୍ବାସ୍ଥ୍ୟ ଅଧିକାରୀ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତି ଥିଲେ। ଉକ୍ତ ସଭାରେ ଅଧ୍ୟାପିକା ଦେବଯାନୀ ମେଶ୍ୱା ଓ ପ୍ରଶାନ୍ତ ମେହେର ସ୍ବାସ୍ଥ୍ୟ ପରିଦର୍ଶକ ସହଯୋଗ କରିଥିଲେ। ଡି ଇ ଓ ଅଶ୍ୱିନୀ ମେହେର ମ୍ୟାଜିକ ପରିଦର୍ଶନ କରି ଛାତ୍ର ଛାତ୍ରୀ ଙ୍କ ର ମନ ମୁଗ୍ଧ କରି ପାରିଥିଲେ।ଶେଷରେ ଅଧ୍ୟାପିକା ପ୍ରତିମା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ l
What's Your Reaction?






