୩୬ତମ କଲରାକୋଠା କାଳୀପୂଜା ଚତୁର୍ଥ ସଂଧ୍ୟାର ରାଜଦରବାରରେ ରାଜ ଅତିଥି ଭାବେ ଯୋଗ ଦେଲେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ।

Nov 3, 2024 - 10:15
 0  63
୩୬ତମ କଲରାକୋଠା କାଳୀପୂଜା ଚତୁର୍ଥ  ସଂଧ୍ୟାର ରାଜଦରବାରରେ ରାଜ ଅତିଥି ଭାବେ ଯୋଗ ଦେଲେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ।

କଣ୍ଟାମାଳ:ଲୋକ ଆବାଜ.ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲl କଣ୍ଟାମାଳ ବ୍ଳକ କଲରାକୋଠା ୟୁଥ ଫ୍ରେଣ୍ଡସ ଆସୋସିଏସନ ଦ୍ୱାରା ଆୟୋଜିତ ୩୬ତମ ମା' ଶ୍ୟାମାକାଳୀ ପୂଜା ର ଶନିବାର ସନ୍ଧ୍ୟାରେ ଆୟୋଜିତ ମହିଷାଶୁର ଦରବାର ର ରଙ୍ଗସଭାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମହିଷାସୁରଙ୍କ ଆକ୍ରମଣରେ ଦେବଲୋକଙ୍କ ଭାଲେଣି ଏବଂ ନାରଦଙ୍କ ପରାମର୍ଶ କ୍ରମେ ସମସ୍ତ ଦେବତାଗଣ ବିଷ୍ଣୁଙ୍କ ପାଖରେ ଗୃହାରୀ ନାଟକ ମଞ୍ଚସ୍ଥ ହୋଇଛି l ଚତୁର୍ଥ ସନ୍ଧ୍ୟାରେ ଆୟୋଜିତ ମହିଷାସୁର ଦରବାରରେ ମୁଖ୍ୟ ରାଜଅତିଥିଭାବେ ମାନ୍ୟବର ଓଡ଼ିଶା ସରକାରଙ୍କ ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, ସମ୍ମାନୀତ ରାଜ ଅତିଥି ଭାବେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରୀପାଠୀ, କଣ୍ଟାମାଳ ୨ନଂ ଜୋନର ଜିଲ୍ଲା ପରିଷଦ ଶ୍ରୀମତୀ ପଦ୍ମାଳୟା ପ୍ରଧାନ ଓ ସମାଜସେବୀ ତଥା ପୂର୍ବତନ ରାଜ୍ୟ ଯୁବ ବିଜେପି ସଂପାଦକ ଓମ୍ ପ୍ରକାଶ ମିଶ୍ର ଯୋଗ ଦେଇ ସାନ୍ଧ୍ୟ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ଗ୍ରାମାଞ୍ଚଳରେ ଆୟୋଜିତ ଏହି ବିରାଟ କାର୍ଯ୍ୟକ୍ରମର ଉଦ୍ୟକ୍ତା ମାନଙ୍କ ପ୍ରଚେଷ୍ଠାକୁ ପ୍ରଶଂସା କରିବା ସହ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଅଞ୍ଚଳ କଳା, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ବାରମ୍ଵାର ସାଂସ୍କୃତିକ ମଞ୍ଚ ହେଉଥିବାରୁ ସମସ୍ତ ଉଦ୍ୟୋକ୍ତା ଭାଇଙ୍କୁ ଧନ୍ୟବାଦ ଦେଇଥିଲେ l

  ମହିଷାସୁର ଦରବାର ରେ ଆୟୋଜିତ ରଙ୍ଗସଭା କୁ କମିଟି ସଂପାଦକ ଧରଣୀସେନ ସାହୁ ପରିଚାଳନା କରିଥିବାବେଳେ କମିଟି ସଭାପତି ପ୍ରଫୁଲ୍ଲ ସାହୁ, ସମ୍ପାଦକ ପ୍ରକାଶ ରଣା ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ସୁବାସ ରଥ ପୂଜକ ଓ ସୋମନାଥ ଗୁରୁ ଏବଂ କର୍ଣ୍ଣ ସାହୁ ସହଯୋଗୀ ଭାବେ ଦାୟିତ୍ୱ ତୁଲାଇଛନ୍ତି l ତୃତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ମହିଷାସୁରଙ୍କ ସ୍ବର୍ଗପୁର ଆକ୍ରମଣ ନାଟକରେ ମହିଷାଶୁର ଭୂମିକାରେ ଅଭିନୟ କରୁଥିବା ଭୁବନେଶ୍ୱର ପ୍ରଧାନ ଙ୍କ ଉଚ୍ଚ କୋଟିର ଅଭିନୟ କୁ ସାଧାରଣରେ ଭୁୟସୀ ପ୍ରଶଂସା କରିଥିଲେ l ପୋଲିସ ଓ ପୂଜା କମିଟି ସଦସ୍ୟଙ୍କ ଉଦ୍ୟମରେ ଶାନ୍ତିଶୃଙ୍ଖଳାର ସହିତ ଦର୍ଶକ ତୃତୀୟ ପର୍ଯ୍ୟାୟରେ ପଶ୍ଚିମ ଓଡିଶାର ସୁପରିଚିତ ମା'ଦକ୍ଷିଣକାଳୀ ଟାର୍ଗେଟ ଦଣ୍ଡ ନୃତ୍ୟ ବିଳମ୍ୱିତ ରାତ୍ର ପର୍ଯ୍ୟନ୍ତ ମନଭରି ଉପଭୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow