ଜିଲ୍ଲା ସ୍ତରୀୟ ବିଶ୍ଵ ଷ୍ଟ୍ରୋକ ଦିବସ ପାଳିତ

ସୁବର୍ଣ୍ଣପୁର : ୨୯/୧୦(ଲୋକ ଆବାଜ.ଇନ୍, ମନୋରଞ୍ଜନ ତ୍ରୀପାଠୀ ଙ୍କ ରିପୋର୍ଟ)
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଶନ ଶକ୍ତି ସଭା ଗୃହ ଆଇ ସି ଡି ଏସ, ସୁବର୍ଣ୍ଣପୁର ଠାରେ ବିଶ୍ଵ ଷ୍ଟ୍ରୋକ ଦିବସ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ଼ା ଦୈତ୍ୟ ନାରାୟଣ ପାଢ଼ୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭା ରେ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼ା ମନୋଜ କୁମାର ଅଦ।ବର, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ(ଭିବିଡି) ଡ଼ାକ୍ତର ଗୋପାଳ ଚନ୍ଦ୍ର ମଲ୍ଲିକ ଓ ସି ଡି ପି ଓ ସାଗରିକା ସ୍ୱାଇଁ ପ୍ରମୁଖ ମଂଚାସୀନ ଥିଲେ l ଅତିଥି ବୃନ୍ଦ ଷ୍ଟ୍ରୋକ ରୋଗ ର ଲକ୍ଷଣ ଓ ଏହାର ପ୍ରତିକାର ଗୁଡ଼ିକ ଉପରେ ଯଥା ମଧୁ ମେହ ଓ ରକ୍ତ ଚାପ ନିୟନ୍ତ୍ରଣ,କମ ତୈଳ ମସଲା ଯୁକ୍ତ ଖାଦ୍ୟ, କମ ଲୁଣ ବ୍ୟବହାର, ତମାଖୁ ଓ ମାଦକ ଦ୍ରବ୍ୟ ସେବନ ନ କରିବା, ମାନସିକ ଚାପ ଓ ଅବସାଦ ରୁ ଦୂରେଇ ରହିବା, ନିୟମିତ ଯୋଗ, ପ୍ରାନାୟାମ ଓ ବ୍ୟାୟାମ, ସନ୍ତୁଳିତ ଆହାର ଏବଂ ନିୟମିତ ଜୀବନ ଶୈଲି ଆପଣାଇବା ଉପରେ ସଚେତନତା ସୃଷ୍ଟି କରି ଷ୍ଟ୍ରୋକ ରୋଗୀ ଙ୍କୁ ଉତ୍ସାହିତ କରିବା ଉପରେ ପୁଙ୍ଖାନୁପଙ୍ଖ ଆଲୋଚନା କରି ଏକ ସୁସ୍ଥ ସୁନ୍ଦର ସମାଜ ଗଠନ କରିବାରେ ସହାୟକ ହୋଇପାରିବl ଉପରେ ଗୁରୁତ୍ଵା ରୋପ କରିଥିଲେ l ସହକାରୀ ଜିଲ୍ଲା ଜନ ସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ସଭା ପରିଚାଳନା କରି ଷ୍ଟ୍ରୋକ ରୋଗୀ ଙ୍କୁ ଉତ୍ସାହିତ କରି ମୃତ୍ୟୁ ସଂଖ୍ୟା କୁ କିପରି କମାଇ ପାରିବା ସେ ବିଷୟ ରେ ଆଲୋଚନା କରିଥିଲେ।ଉକ୍ତ ସଭାରେ ଅଙ୍ଗନୱାଡ଼ି, ଆଶା, ମାସ ମେମ୍ବର , ସ୍ବାସ୍ଥ୍ୟ ଅଧିକାରୀ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତି ଥିଲେ।ଶେଷରେ ପ୍ରମୋଦ କୁମାର ସାହୁ ସ୍ବାସ୍ଥ୍ୟ ପରିଦର୍ଶକ ଧନ୍ୟବାଦ ଅର୍ପଣ କରିଥିଲେ l
What's Your Reaction?






