*ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ସ୍ୱାଭିମାନ ଦିବସ - ମଧୁବାବୁ ଥିଲେ ସ୍ୱାଭିମାନର ପ୍ରତୀକ*

Apr 28, 2025 - 22:10
 0  12
*ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ସ୍ୱାଭିମାନ ଦିବସ - ମଧୁବାବୁ ଥିଲେ ସ୍ୱାଭିମାନର ପ୍ରତୀକ*

ସୋନପୁର,୨୮/୪(ଲୋକ ଆବାଜ. ଇନ/ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ) 

ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ସୋନପୁର କୋଶଳ ଆବାସିକ ଉଚ୍ଚ ବିଦ୍ୟାଳୟରେ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ସ୍ୱାଭିମାନ ଦିବସ ଭାବରେ ପାଳିତ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମା ନନ୍ଦ ନାଏକ ଙ୍କ ଅଧ୍ୟକ୍ଷତାରେ ଶିକ୍ଷୟତ୍ରୀ ସ୍ମିତା ରାଣୀ ନାଏକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଗୋରେଖନାଥ ସାହୁ ମୁଖ୍ୟ ଅତିଥି, ପ୍ରାକ୍ତନ ପ୍ରାଧ୍ୟାପକ ଡ. ଜ୍ୟୋତିରଞ୍ଜନ ବହିଦାର ମୁଖ୍ୟବକ୍ତା, ସ୍ବଚ୍ଛ ଭାରତ ସଂଗଠନର ସମ୍ପାଦକ ମନୋରଞ୍ଜନ ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କୁଳବୃଦ୍ଧ ମଧୁସୂଦନ ଦାସ ସ୍ୱାଭିମାନର ପ୍ରତୀକ ଥିଲେ ବୋଲି ମତ ପ୍ରକାଶ କରିଥିଲେ । ଓ ସ୍ୱାଭିମାନ ସହ ବଞ୍ଚିବାକୁ ଅତିଥିମାନେ ଆହ୍ୱାନ ଦେବା ସହ ସମୃଦ୍ଧ ଓଡ଼ିଶା ଗଠନରେ ତାଙ୍କର ଭୂମିକା ଅତୁଳନୀୟ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ଶିକ୍ଷୟିତ୍ରୀ ସ୍ମିତାରାଣୀ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ବାଦର ଜିଲ୍ଲା ପ୍ରତିନିଧି ରତନ ପଟ୍ଟନାୟକ ସ୍ୱାଗତ ଭାଷଣ ଏବଂ ବିଦ୍ୟାଳୟର ସମ୍ପାଦକ ସଞ୍ଜୟ ସାହୁ ଧନ୍ୟବାଦ ଦେଇଥିଲେ । ବିଦ୍ୟାଳୟର ଛାତ୍ରୀମାନେ ଆବାହନୀ ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ । ଏଥିରେ ମମତା ମନହୀରା, ଦିପ୍ତିମୟୀ ପଲିଆ, ପ୍ରତିଭା ନାଏକ, ପ୍ରିୟଙ୍କା ସିଂହ,ରୂପା ପ୍ରଧାନ, ପ୍ରମୋଦ ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow