ଜିଲ୍ଲା ସ୍ତରୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ମେଳା

Nov 11, 2024 - 12:01
 0  25
ଜିଲ୍ଲା ସ୍ତରୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ମେଳା

କଳାହାଣ୍ଡି:ଲୋକ ଆବାଜ. ଇନ(ବ୍ୟୁରୋ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଏସ ଏନ କଲ୍ୟାଣ ମଣ୍ଡପ ଠାରେ କକ୍ଷରେ ଶ୍ରୀ ଅନ୍ନ ଅଭିଯାନ ଓ କୃଷି ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ସ୍ତରୀୟ ଜିଲ୍ଲା ସ୍ତରୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ମେଳା ରବିବାର ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ୍,ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୂଖ୍ୟ କୃଷୀ ଅଧିକାରୀ ମଳୟ କୁମାର ପରିଡା,ଭବାନୀପାଟଣା ବ୍ଲକ ଆତ୍ମା ଅଧ୍ୟକ୍ଷ ସଚ୍ଚିଦାନନ୍ଦ ମହାକୁଡ଼,ଜୁନାଗଡ଼ ବ୍ଲକ ଆତ୍ମା ଅଧ୍ୟକ୍ଷ ଅଶୋକ ପଟ୍ଟନାୟକ, ଓୟୁଏଟି ପ୍ରଫେସର ଡ଼. ଦେବାଶିଷ ବେହେରା,ମୃତ୍ତିକା ବୈଜ୍ଞାନିକ ଡ.ଶ୍ରଦ୍ଧା ମହାନ୍ତି, ଉଦ୍ୟାନ ବୈଜ୍ଞାନିକ ଡ. ବିଭୁତି ଭୂଷଣ, ଭବାନୀପାଟଣା ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ଵିଷ୍ଣୁ ପ୍ରସାଦ ସିଂ,ନର୍ଲା ଜିଲ୍ଲା କୃଷି ଅଧିକାରୀ ଶୁଭେନ୍ଦୁ କର,ଧର୍ମଗଡ଼ ଜିଲ୍ଲା କୃଷି ଅଧିକାରୀ ସଞ୍ଜୟ କୁମାର ପାତ୍ର,ମୃତ୍ତିକା ସଂରକ୍ଷଣ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଭାକର ନାୟକ, ଶ୍ରୀ ଅନ୍ନ ଅଭିଯାନ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଅକ୍ଷୟ କୁମାର ପାତ୍ର ପ୍ରମୁଖ ଯୋଗ ଦେଇ କ୍ଷୁଦ୍ର ସଷ୍ୟ ତଥା ବିସ୍ମୃତ ଖାଦ୍ୟର ର ଖାଦ୍ୟ ର ପୁନଃ ଉଦ୍ଧାର ଓ ତାହାର ଉପକାରୀତା ଉପରେ ଆଲୋକପାତ କରିଥିଲେ।ଏଥିରେ ଶ୍ରୀ ଅନ୍ନ ଅଭିଯାନ ରେ ସାମିଲ ଥିବା ଜିଲ୍ଲା ର ଆଠଟି ବ୍ଲକ ର ଏଫଏ, ଏଫପିଓ ପକ୍ଷରୁ କ୍ଷୁଦ୍ର ସଷ୍ୟ ରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟର ପ୍ରଦର୍ଶନ କରିବା ସହ ବିଭିନ୍ନ ପାରମ୍ପରିକ ସଷ୍ୟ ପ୍ରଦର୍ଶନ କରାଯାଇଥିଲା।

ଶ୍ରୀ ଅନ୍ନ ଅଭିଯାନ ସଫଳତା ପାଇଥିବା କୃଷକ,ସିଆରପି,ଏନଜିଓ ମାନଙ୍କୁ ଅତିଥି ମାନଂକ ଦ୍ଵାରା ମାନ ପତ୍ର ପ୍ରଦାନ କରାଯାଇଥିଲା।ସଭା ଆରମ୍ଭରେ ମୁଖ୍ୟ ଅତିଥି ଆଠ ଟି ବ୍ଳକ ର ସଚେତନ ରଥ କୁ ଉଦଘାଟନ କରିଥିଲେ।ସଭା କାର୍ଯ୍ୟ ରେ ଲିପ୍ସା ମୟୀ ମହାରଣା ସଂଯୋଜନା କରିଥିବା ବେଳେ ସ୍କିମ ଅଫିସର ଯୋଗ ମାୟା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଭବାନୀପାଟଣା ଲଗନ ସଂସ୍କୃତିକ ଅନୁଷ୍ଠାନ ର କଳାକାର ମାନଙ୍କ ଦ୍ଵାରା ପରିବେଷିତ ସଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତ ଙ୍କ ମନ ମୋହିଥିଲା।ଏଥିରେ ଜିଲ୍ଲା ର ୨୦୦ ରୁ ଉର୍ଦ୍ଧ୍ବ କ୍ଷ୍ୟୁଦ୍ର ସଷ୍ୟ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ତଥା ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା, ସାମ୍ବାଦିକ ,ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ବ୍ଳକ ର ବ୍ଲକ କୃଷି ଅଧିକାରୀ,ସହକାରୀ କୃଷି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

What's Your Reaction?

like

dislike

love

funny

angry

sad

wow