ଜିଲ୍ଲାପାଳ ହେବ ତ ଏମିତି ,ନା ଦରକାର ରବିବାର ନା ଦରକାର ଛୁଟି

Nov 18, 2024 - 07:50
 0  168
ଜିଲ୍ଲାପାଳ ହେବ ତ ଏମିତି ,ନା ଦରକାର ରବିବାର ନା ଦରକାର ଛୁଟି

ନୂଆପଡ଼ା - ଲୋକ ଆବାଜ.ଇନ ( ରାମନାଥ ପଣ୍ଡାଙ୍କ ରିପୋର୍ଟ) 

ନୂଆପଡ଼ା ଜିଲ୍ଲାପାଳ ଦାୟୀତ୍ୱ ଗ୍ରହଣ କରିବା ଦିନଠାରୁ ମଧୁସୂଦନ ଦାସ କେତେବେଳେ ଧାନ ଖଳାରେ ନିଜେ ଧାନ ଉଡାଉଛନ୍ତି ତ ପୁଣି କେବେ ରାସ୍ତାରେ ପଥିକଙ୍କ ସହିତ ମିଶି ସେମାନଙ୍କ ସୁବିଧା ବୁଝନ୍ତି ,ପୁଣି କେତେବେଳେ ଶ୍ରମିକଙ୍କ ସହିତ ମାଟି ଖୋଲିବା ଦେଖିବାକୁ ମିଳୁଛି ।ସାଧାରଣ ଲୋକଙ୍କ ସହ ବସିବା ଉଠିବା ଏବଂ ସେମାନଙ୍କ ସହିତ ଶାସକ ଭାବରେ କଥା ବାର୍ତ୍ତା ନ ହୋଇ ଜଣେ ସାଧାରଣ ଲୋକ ଭଳି ଭାବ ବିନିମୟ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆଜି ରବିବାର ଛୁିଟିଦିନରେ ମଧ୍ୟ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ପଞ୍ଚାୟତ ଓ ଗ୍ରାମାଞ୍ଚଳ ଗସ୍ତ କରି ଶ୍ରମିକ ଓ ଗ୍ରାମବାସୀଙ୍କ ସହିତ ମିଶି ମତ ବିନିମୟ କହିଛନ୍ତି l

ନୂଆପଡ଼ା ବ୍ଲକର ମୋଟା ନୂଆପଡ଼ା ଗ୍ରାମ ପଞ୍ଚାୟତର କୁର୍କୁରୀମୁଣ୍ଡି ଗାଁରେ ଚାଲିଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ପ୍ରକଳ୍ପ ପରିଦର୍ଶନ କରି ଶ୍ରମିକ ମାନଙ୍କୁ ଭେଟି ଥିଲେ l ନିଜ ଗ୍ରାମ ତଥା ଅଂଚଳରେ ପର୍ଯ୍ୟାପ୍ତ ସରକାରି ଶ୍ରମ ଭିତ୍ତିକ କାମ ମିଳୁଥିବାରୁ ସମସ୍ତେ ଏହାର ସୁଯୋଗ ନେଇ କାମ କରିବାକୁ ଏବଂ ପ୍ରବାସୀ ଶ୍ରମିକ ହିସାବରେ ବାହାର ରାଜ୍ୟକୁ ନ ଯିବା ପାଇଁ କହିଥିଲେ ତଥା ସେମାନଙ୍କ ପାଇଁ ସରକାରଙ୍କ ଥିବା ବିଭିନ୍ନ ଯୋଜନା ସମ୍ୱନ୍ଧରେ ବୁଝାଇଥିଲେ l  ତାପରେ ସେଠଜାମପାଣି ଗାଁ କୁ ଯାଇ ଗ୍ରାମବାସୀ ତଥା ବୁଢ଼ା ବୁଢ଼ୀ ମାନଙ୍କୁ ସେମାନଙ୍କ ସୁଖ ଦୁଃଖ କଥା ଏଵଂ ଶିକ୍ଷା, ସ୍ୱାସ୍ଥ୍ୟ,ପିଇବା ପାଣି, ସୁଭଦ୍ରା ଯୋଜନା ଭଳି ଅନେକ ବିଷୟରେ ପଚାରି ବୁଝିଥିଲେ l ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ପାଇଥିବା ଘର ସବୁ ଶୀଘ୍ର ନିର୍ମାଣ କରିବା ପାଇଁ କହିଥିଲେ l ଜିଲ୍ଲାପାଳଙ୍କୁ ପାଖରେ ପାଇ ଗ୍ରାମବାସୀ ତଥା ଶ୍ରମିକ ମାନେ ଅତ୍ୟନ୍ତ ଖୁସି ଅନୁଭବ କରିଥିଲେ l ଏହି ଗସ୍ତ ସମୟରେ ନୂଆପଡା ବିଡିଓ ରୋହିତ ଭୋଇ ଏଵଂ ବ୍ଲକ୍ ର ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ l ସତରେ ଅଧିକାରୀ ହେବ ତ ଏମିତି ।ଜିଲ୍ଲାପାଳ ହେବ ତ ଏମିତି ।

What's Your Reaction?

like

dislike

love

funny

angry

sad

wow