ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଓ ରକ୍ତ ଦାନ ଶିବିର

ନୂଆପଡ଼ା: ଲୋକ୍ ଆବାଜ୍.ଇନ୍ (ରାମନାଥ ପଣ୍ଡାଙ୍କ ରିପୋର୍ଟ)
ନୂଆପଡ଼ା ଜିଲ୍ଲା ବୋଡ଼େନ ପଞ୍ଚାୟତ ସମିତି ସଭା ଗୃହରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ।ଆୟୋଜିତ ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଳା ରେଡ୍ଡୀ ରାଘବେନ୍ଦ୍ର,ଉପ ଜିଲ୍ଲାପାଳ ଆଲୋକ ଅନୁଗୁଲିଆ,ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୂଆ,ଡି ଏଫ୍ ଓ ଅଜିଜ ଖାନ,ଏଲ ଡି ଏମ ସିତାରାମ ମେହେର,ବ୍ଲକ ଅଧ୍ୟକ୍ଷା ପ୍ରେମ ଶିଳା ନାଗ,ବି ଡି ଓ ପ୍ରିୟ ରଂଜନ କୁମାର,ତହସିଲଦାର ସରିତା ଗୁପ୍ତା,ଆଇ ଆଇ ସି ଗୋବିନ୍ଦ ମାଝୀ,ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ସଞ୍ଜୀବ କୁମାର ନାଏକ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା,ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶୁତୋଷ ରାଉତଙ୍କ ସମେତ
ଜିଲ୍ଲାର ସମସ୍ତ ବିଭାଗର ଜିଲ୍ଲା ଅଧିକାରୀ ଉପସ୍ଥିତ ଥିଲେ ।ସମୁଦାୟ ୧୧୯ ଟି ଅଭିଯୋଗ ଆସିଥିଲା ।ଅଭିଯୋଗ ଗୁଡ଼ିକ ଉଭୟ ବ୍ୟକ୍ତିଗତ ଓ ସାମୂହିକ ଥିଲା ।ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ଯେ ଖୁବ୍ ଶୀଘ୍ର ଅଭିଯୋଗ ଗୁଡ଼ିକର ସମାଧାନ କରାଯିବ ବୋଲି ।କିଛି ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ।ପୁନଶ୍ଚ ଆଜି ବୋଡ଼େନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ରକ୍ତ ଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।ସମୁଦାୟ ୧୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।ଜିଲ୍ଲା ପାଳଙ୍କ ତତ୍ତ୍ଵାବଧାନରେ ବୋଇର ଗାଁ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ବନ୍ଦ କରିବାକୁ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।ବିଡ଼ିଓ ପ୍ରିୟରଞ୍ଜନ କୁମାର ମଞ୍ଚ ପରିଚାଳନା କରିଥିବା ବେଳେ ଏ ପି ଓ ରବିନାରାୟଣ ରାଉତ ଧନ୍ୟବାଦ୍ ଅର୍ପଣ କରିଥିଲେ।
What's Your Reaction?






