ଜିଲ୍ଲାପାଳଙ୍କ ପରିଦର୍ଶନ ଏବଂ ବିଡ଼ିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ

Dec 27, 2025 - 09:53
 0  23
ଜିଲ୍ଲାପାଳଙ୍କ ପରିଦର୍ଶନ ଏବଂ ବିଡ଼ିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ

ନୂଆପଡ଼ା :ଲୋକ ଆବାଜ. ଇନ(ରାମନାଥ ପଣ୍ଡା ଙ୍କ ରିପୋର୍ଟ)

  ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ବୋଡ଼େନ ବ୍ଲକକୁ ପରିଦର୍ଶନରେ ଆସି ସର୍ବ ପ୍ରଥମେ ଖଇରା ପଞ୍ଚାୟତର ବାଘମୁଣ୍ଡା ପୋଖରୀ ମାଟି କାମକୁ ଦେଖିଥିଲେ ,ଏଠାରେ ୨୬ ଜଣ ଶ୍ରମିକ କାମ କରୁଥିବାବେଳେ ତାଙ୍କ ସହିତ ଜିଲ୍ଲାପାଳ କଥାବାର୍ତ୍ତା କରି କହିଲେ କି ଆପଣମାନଙ୍କ ସହିତ ଅନ୍ୟ ଶ୍ରମିକମାନଙ୍କୁ ମଧ୍ୟ କାମ କରିବାକୁ ଆଣନ୍ତୁ,କେହି ବାହାର ରାଜ୍ୟକୁ ଦାଦନ ପାଇଁ ନ ଯାଆନ୍ତୁ ବୋଲି ଉତ୍ସାହିତ କରିଥିଲେ ।ଶ୍ରମିକମାନଙ୍କ ଅନୁରୋଧ କ୍ରମେ ବ୍ୟକ୍ତିଗତ ପ୍ରକଳ୍ପ ଯୋଗାଇବା ନିମନ୍ତେ ବି ଡି ଓ ପ୍ରକଳ୍ପ ରିପୋର୍ଟ ତିଆରି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ କରିଛନ୍ତି ତା'ପରେ ଦାବ୍ରି ଗ୍ରାମର ଖେଳ ପଡିଆ ପାଇଁ ଜନସାଧାରଣଙ୍କ ଦାବୀକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ଜମିର ଚିହ୍ନଟ ଓ ଏହାର ଉନ୍ନତି କରଣ ପାଇଁ ବି ଡି ଓ ଏବଂ ତହସିଲଦାରଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।ବୋଡ଼େନ ପଞ୍ଚାୟତର ରଜା ମୁଣ୍ଡା ପୋଖରୀ କାମକୁ ପରିଦର୍ଶନ କରିବା ସମୟରେ ୨୨ ଜଣ ଶ୍ରମିକ କାମ କରୁଥିଲେ,ପ୍ରତ୍ୟେକ ସ୍ଥାନରେ ପ୍ରାଥମିକ ଚିକିତ୍ସା ବକ୍ସ ନଥିବା ଦେଖିବାକୁ ପାଇଥିଲେ ତେଣୁ ଫାଷ୍ଟ ଏଡ୍ ବକ୍ସ ବ୍ୟବସ୍ଥା କରିବାକୁ ସୂଚନା ପ୍ରଦାନ କରିଥିଲେ ।ଶ୍ରମିକ ଠିକ୍ ସମୟରେ ପାରିଶ୍ରମିକ ପାଇବାକୁ ବି ଡି ଓ ଦୃଷ୍ଟି ଦେବେ ବୋଲି କହିଥିଲେ । ତଦପରେ ବୋଡ଼େନ ଆର୍ ଆଇ ସର୍କଲର ଆନୁଆଲ ଇନ୍ସପେକସନ୍ କରିଥିଲେ ।ରାଜସ୍ବ ଆଦାୟର ଟାର୍ଗେଟ ତୁଳନାରେ କମ୍ ଆଦାୟ ହୋଇଥିବାରୁ ତାହା ପୂରଣ ତଥା ଗୋଚର ଜମି ଓ ମୂଲ୍ୟବାନ ସରକାରୀ ଜମି ଗୁଡ଼ିକୁ ଉଚ୍ଛେଦ କରିବାକୁ ଏବଂ ବେନିୟମ ଭାବରେ ଇଟା ତିଆରି ଓ ଅନ୍ୟାନ୍ୟ ଖଣି କାର୍ଯ୍ୟକଳାପ ଉପରେ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

What's Your Reaction?

like

dislike

love

funny

angry

sad

wow