ରାଜ୍ୟ ସ୍ତରୀୟ ଏସ.ଡି.ଏ.ଏ କପ ଫୁଟବଲ ପ୍ରତିଯୋଗିତା ଉଦଘାଟିତ

Feb 5, 2026 - 19:12
 0  6
ରାଜ୍ୟ ସ୍ତରୀୟ ଏସ.ଡି.ଏ.ଏ କପ ଫୁଟବଲ ପ୍ରତିଯୋଗିତା ଉଦଘାଟିତ

ବାଲିଗୁଡା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

ରାଜ୍ୟ ସ୍ତରୀୟ ଏସ.ଡି.ଏ.ଏ କପ ଫୁଟବଲ ପ୍ରତିଯୋଗିତା ଉଦଘାଟନ। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ମିନି ଷ୍ଟାଡିୟମରେ ରାଜ୍ୟ ସ୍ତରୀୟ ଏସ.ଡି.ଏ.ଏ କପ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ଉତ୍ସବ ପାଳନ ହୋଇଛି। ଏହି ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ବାଲିଗୁଡ଼ା ଉପଖଣ୍ଡ କ୍ରୀଡ଼ା ସଙ୍ଘ ପକ୍ଷରୁ ଆୟୋଜନ କରାଯାଇଛି। ମୋଟ ୮ ଟି ଫୁଟବଲ ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ବେଳେ ଉଦଘାଟନୀ ମ୍ୟାଚ ରେ ଆଜି ସମ୍ବଲପୁର ଏଫ.ସି ବନାମ ଡାଇମଣ୍ଡ କ୍ଲବ ଖୋର୍ଦ୍ଧା ସହ ଖେଳାଯାଇଥିଲା। ଆଜିର ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ଉପ ଜିଲ୍ଲାପାଳ ପ୍ରଣିତା ଦାସ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏସଡିପିଓ ଶୁଭମ ଭୋସଲେ,ପିଏଆଇଟିଡିଏ କୃପାସିନ୍ଧୁ ବେହେରା, ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଯୋଗଦେଇଥିଲେ । ଆଜିର ପ୍ରଥମ ଦିନର ଖେଳରେ ସମ୍ବଲପୁର ଏଫ୍.ସି ୪-୧ ଗୋଲ ରେ ଖୋର୍ଦ୍ଧା ଡାଇମଣ୍ଡ ପରାସ୍ତ କରି ସେମି ଫାଇନାଲ କୁ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏହାର ଫାଇନାଲ ପ୍ରତିଯୋଗିତା ୧୧ ତାରିଖରେ ଖେଳାଯିବ। ଖେଳ ପ୍ରତିଯୋଗିତାରେ ଉପସଭାପତି ସତ୍ୟ ନାରାୟଣ ପାଢି,ସମ୍ପାଦକ ଡ଼ ସୁଶାନ୍ତ କୁମାର ଦାସ, କ୍ରୀଡା ସମ୍ପାଦକ ଶିବାନନ୍ଦ ପଟ୍ଟନାୟକ, ଶ୍ରୀନିବାସ ଦୋରା,ଉପଦେଷ୍ଟ ସେଖ ସାଦିକ, ସୁରେନ୍ଦ୍ର ପାତ୍ର, ଦେବ ବ୍ରତ ସିଂ ଦେଓ, ସୂର୍ଯ୍ୟ ସୁଆର କ୍ରୀଡ଼ା ଆୟୋଜକ ସମିତି ସଦସ୍ୟ ସହଯୋଗ କରିଥିଲେ lଏହି ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ବାଲିଗୁଡ଼ା ରେ ଆୟୋଜନ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳର ଫୁଟବଲ ଖେଳ ପ୍ରେମୀ ଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି।

What's Your Reaction?

like

dislike

love

funny

angry

sad

wow