ଜିଲ୍ଲାପାଳଙ୍କ ପରିଦର୍ଶନ ଲୋକଙ୍କ ପାଇଁ ଦିଗଦର୍ଶନ

Dec 13, 2025 - 20:28
 0  99
ଜିଲ୍ଲାପାଳଙ୍କ ପରିଦର୍ଶନ ଲୋକଙ୍କ ପାଇଁ ଦିଗଦର୍ଶନ

ନୂଆପଡ଼ା - ଲୋକ ଆବାଜ.ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ)

 ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ବୋଡ଼େନ ବ୍ଲକକୁ ପରିଦର୍ଶନରେ ଆସି ବିଭିନ୍ନ ନରେଗା ପ୍ରକଳ୍ପ ପରିଦର୍ଶନ କରିଥିଲେ ।ସର୍ବ ପ୍ରଥମେ ବୋଡ଼େନ ପଞ୍ଚାୟତର ଟେମରି ଗ୍ରାମର ବାହାଲ ବେହେଳି ପୋଖରୀ ମାଟି ଖନନ କାର୍ଯ୍ୟ ତଦାରଖ,ପରେ ଲର୍କା ପଞ୍ଚାୟତ ଗୁମାବାହାଲ ଗ୍ରାମରେ ଜଡ଼ା ମୁଣ୍ଡା ପୋଖରୀରେ ମାଟି କାମ ଦେଖି ଶ୍ରମିକ ମାନଙ୍କ ସହିତ ଶ୍ରମିକଙ୍କ ସୁବିଧା ଅସୁବିଧା କଥା ବାର୍ତ୍ତା କରି ଦାଦନ ନ ଯିବା ପାଇଁ ଅନ୍ୟ ଲୋକଙ୍କୁ ବୁଝାଇବାକୁ ଅନୁରୋଧ କରିଥିଲେ । ତାପରେ ରୋକାଲ ପଞ୍ଚାୟତର ସାପ୍ତାହିକ ହାଟ ପରିଦର୍ଶନ କରି ଦୋକାନୀ ମାନଙ୍କୁ ପ୍ଲାଷ୍ଟିକ ବ୍ୟବହାର ଓ ମଇଳା ଆବର୍ଜ୍ଜନା ପାଇଁ ସଚେତନ କରିଥିଲେ ଓ ପରିବେଶକୁ ସ୍ୱଚ୍ଛ ରଖିବାକୁ କହିଥିଲେ । ରୋକାଲ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ସଭାରେ ଜିଲ୍ଲାପାଳ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକଙ୍କ ପାଇଁ ସରକାର ବୃଦ୍ଧି କରିଥିବା ଦିବସ,ସରକାରଙ୍କ ଅନ୍ୟାନ୍ୟ ଯୋଜନା ଉପରେ ଆଲୋକପାତ କରି ସମସ୍ତେ ଏହାର ସୁବିଧା ନିଅନ୍ତୁ ଓ ଶ୍ରମିକ ଦାଦନ ନ ଯାଇ ନିଜ ଅଞ୍ଚଳରେ କାମ କରି ଖୁସିରେ ରହିବାକୁ ଆହ୍ଵାନ କରିଥିଲେ, ବର୍ତ୍ତନ ବ୍ୟାଙ୍କ୍ ଉଦଘାଟନ କରିଥିଲେ,ବିଡ଼ିଓ ସୁଶାନ୍ତ କୁମାର ରଣା ସ୍ବଚ୍ଛତା ତଥା ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଠନ କରିବାକୁ ଶପଥ ପାଠ କରାଇଥିଲେ । ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ ସହିତ ବି ଡି ଓ ସୁଶାନ୍ତ କୁମାର ରଣା, ଯଏଣ୍ଟ ରେଜିଷ୍ଟ୍ରାର ପ୍ରମୋଦ କୁମାର ସାହୁ,ହସ୍ତ ଶିଳ୍ପ ଜିଲ୍ଲା ଉପ ନିର୍ଦ୍ଦେଶକ ପୁଷ୍ପ ରଞ୍ଜନ ସାହୁ,ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ କ୍ଷୀରୋଦ ନାଏକ,ସରପଂଚ ଠାକୁର ବାଗ, ଏ ପି ଓ ରବିନାରାୟଣ ରାଉତ,ଡି ଏସ ସି ଅନିଲ କୁମାର ଲେଙ୍କା,ଡି ଆର୍ ସି ଏସ ଶିବ ପ୍ରସାଦ ସ୍ବାଇଁ,ଆର୍ ଏମ ସି ସେକ୍ରେଟାରୀ ଆର୍ଯ୍ୟ କୁମାର ମୁଦୁଲି,କନିଷ୍ଠ ଯନ୍ତ୍ରୀ ଅମରେନ୍ଦ୍ର ବିଶ୍ଵାଳ,ବି ଆର୍ ସି ହେରାମ୍ଵ ବିଶ୍ଵାଳ,ସିଡିପିଓ ଅର୍ଚ୍ଚନା ରାଉତ,ଆକାଂକ୍ଷି ବ୍ଲକ ସହଯୋଗୀ ରାକେଶ କୁମାର ଷଡଙ୍ଗୀ,ପି ଇ ଓ କ୍ଷମାନିଧି ସୁନାନି,ପି ଇ ଓ ଯଜ୍ଞ ଭାରତୀ ମାଝୀ ଓ ବିଜୟ ଲକ୍ଷ୍ମୀ ମହାନ୍ତି, ଏ ଡି ଇ ଓ ପବିତ୍ର କଶ୍ୟପ ଓ ମନିତା ଜଗତ ଉପସ୍ଥିତ ଥିଲେ ।

What's Your Reaction?

like

dislike

love

funny

angry

sad

wow