ଓଡ଼ିଆ ବିଭାଗର ସ୍ୱାଗତ ସମାରୋହ

Sep 2, 2024 - 16:27
 0  40
ଓଡ଼ିଆ ବିଭାଗର ସ୍ୱାଗତ ସମାରୋହ

ଧର୍ମଗଡ଼: ଲୋକ୍ ଆବାଜ୍. ଇନ୍ (ରଜତ ବଂଶଲ)
: ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼ର ଓଡ଼ିଆ ବିଭାଗ ତରଫରୁ ସ୍ଵାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଗଣପତି ବାଗଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଏସ୍ ଜଗନ୍ନାଥ ରାଓ ମୁଖ୍ୟ ଅତିଥି, ପ୍ରାଧ୍ୟାପକ ଲିଙ୍ଗରାଜ ପାତ୍ର ମୁଖ୍ୟ ବକ୍ତା ଓ ସମ୍ମାନୀତ ଅତିଥି ଭାବେ ପ୍ରାଧ୍ୟାପକ ଅଶୋକ କୁମାର ବେହେରା, ସରୋଜ କୁମାର ପଣ୍ଡା, ମାଧବ ଲହଜଲ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ "ଛାତ୍ର ଜୀବନ ବ୍ରହ୍ମଚାରୀ ଜୀବନ ତୁଲ୍ୟ ଓ ବିରୋଧାଭାସ ପରିସ୍ଥିତିରୁ ମୁକୁଳି ଆଗକୁ ବଢ଼ିଲେ ସଫଳତା ମିଳେ" ବୋଲି  ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ସେହିପରି ଓଡ଼ିଆ ବିଭାଗର ଅଧ୍ୟାପକ ଦୀନବନ୍ଧୁ ବାଗ, ସଦୟ ପଧାନ, ଅଧ୍ୟାପିକା ଅଞ୍ଜଳି ମାଝୀ ଓ ବିଥିକା ଠାକୁର ଉପସ୍ଥିତ ରହି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ଓଡ଼ିଆ ବିଭାଗର ଛାତ୍ର ଚୁଡ଼ାମଣି ମାଝୀ ସଭା ସଂଯୋଜନା କରିଥିବା ବେଳେ ଛାତ୍ର ଦୀପକ ବୋଡ଼େକ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ର ପ୍ରବୀଣ କୁମାର ବଣିଆ, ତପନ ପଟେଲ, ଛାତ୍ରୀ ଅଳିଭା ନାଏକ, ସୁନିତା ଲହଜଲ, ଶ୍ରଦ୍ଧାଞ୍ଜଳି ବାଗ, ଆରତୀ ସାହୁ ସମେତ ଦ୍ୱିତୀୟ ଓ ତୃତୀୟ ବର୍ଷର ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow