ଜିଲ୍ଲାସ୍ତରୀୟ ବିଶ୍ୱ ଟି ବି ଦିବସ ପାଳିତ :

Mar 24, 2025 - 18:06
 0  6
ଜିଲ୍ଲାସ୍ତରୀୟ ବିଶ୍ୱ ଟି ବି ଦିବସ ପାଳିତ :

ଜିଲ୍ଲା ସ୍ତରୀୟ ବିଶ୍ଵ ଟି ବି ଦିବସ ପାଳିତ:

ସୁବର୍ଣ୍ଣପୁର: ଲୋକ୍ ଆଵାଜ୍.ଇନ୍( ମନୋରଞ୍ଜନ ତ୍ରିପାଠୀ)

ଜିଲ୍ଲା  ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ଥାନୀୟ ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ସୁବର୍ଣ୍ଣପୁର ତାଲିମ ସଭା ଗୃହ ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ଯକ୍ଷ୍ମl ଦିବସ-୨୦୨୫ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ଭିବିଡି) ଡ଼ା ଗୋପାଳ ଚନ୍ଦ୍ର ମଲ୍ଲିକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭା ରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ  ଅଧିକାରୀ (ଡି ସି )ଡ଼ା ରମେଶ ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ଟିବି)ଡ଼ା ପଦ୍ମହଂସ ଦୋରା ଓ  ଭାର ପ୍ରାପ୍ତ ଅଧ୍ୟକ୍ଷା ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ ର    ଶ୍ୟ।ହେଲି ହାଲଦ।ର୍ ପ୍ରମୁଖ  ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଟି ବି ର କାରଣ ,ଲକ୍ଷଣ ଓ ଏହାର ସୁ-ସମ।ଧାନ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରି ସଚେତନତା ବାର୍ତ୍ତା ପ୍ରଦାନକରି ସୁସ୍ଥ ସୁନ୍ଦର ସମାଜ ତଥା ଟି ବି ମୁକ୍ତ ଭାରତ ଗଠନ କରିବା ପାଇଁ ସମସ୍ତେ ଏକାଠି ହୋଇପାରିବ। ଉପରେ ଆଲୋକପାତ କରିଥିଲେ. ଅତିଥି ବୃନ୍ଦ ଡ୍ରଇଂ ଓ କୁଇଜ୍ ପ୍ରତିଯୋଗୀ ୧୦ ଜଣ ଙ୍କୁ ପୁରସ୍କୃତ କରିଥିଲେ।

ଉକ୍ତ ସଭାରେ ନର୍ସିଂ ସ୍କୁଲ ର ଛାତ୍ର ଛାତ୍ରୀ , ନର୍ସିଂ ଅଫିସର ,ସ୍ଵାସ୍ଥ୍ୟ ବିଭାଗ ର କର୍ମଚାରୀ ଅଧିକାରୀ ବୃନ୍ଦ ଏବଂ ସାମ୍ବାଦିକ ବନ୍ଧୁ ମାନେ  ଉପସ୍ଥିତ ଥିଲେ । ସହକାରୀ ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ସଭା ପରିଚାଳନା କରିଥିବାବେଳେ ସନ୍ତୋଷ କୁମାର ସାହୁ,ମୀନାକ୍ଷୀ ସ୍ୱାଇଁ କାଉନସିଲର ଓ ଟି ବି ଚମ୍ପିୟାନ ଈଶ୍ୱର ନାଗ ଉକ୍ତ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ।ସ୍ଵାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଉପସ୍ଥିତ ସମସ୍ତଙ୍କୁ  ଧନ୍ୟବାଦ ଅର୍ପଣ କରିଥିଲେ  l

What's Your Reaction?

like

dislike

love

funny

angry

sad

wow