କଣ୍ଟାମାଳ ପଂଚାୟତ କଲେଜରେ କଣ୍ଟାମାଳ ବିଧାୟକଙ୍କୁ ଭବ୍ୟ ସ୍ଵାଗତ ସମାରୋହ

Sep 23, 2024 - 22:10
 0  45
କଣ୍ଟାମାଳ ପଂଚାୟତ କଲେଜରେ କଣ୍ଟାମାଳ ବିଧାୟକଙ୍କୁ ଭବ୍ୟ ସ୍ଵାଗତ ସମାରୋହ

କଣ୍ଟାମାଳ ଲୋକ ଆବାଜ.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ୍)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ସ୍ଥିତ ପଞ୍ଚାୟତ କଲେଜରେ କଲେଜର ପରିଚାଳନା କମିଟି ଦ୍ଵାରା ଆୟୋଜିତ ସ୍ଵାଗତ ସମ୍ବର୍ଦ୍ଧନା ସଭାରେ ନବନିର୍ବାଚିତ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। କଲେଜ କମିଟି ଅଧ୍ୟକ୍ଷ ଭବାନୀଶଙ୍କର ରାଉତଙ୍କ ସଭାପତିତ୍ଵରେ ଆୟୋଜିତ ଉକ୍ତ ସଭାରେ ବିଧାୟକ ଶ୍ରୀ ଡାଙ୍ଗଙ୍କ ସହ କଲେଜର ନୂତନ ଅଧ୍ୟକ୍ଷ ଡଃ ବସନ୍ତ କୁମାର ପଟ୍ଟନାୟକଙ୍କୁ ମଧ୍ୟ ଭବ୍ୟ ସ୍ଵାଗତ କରାଯାଇଥିଲା।

  ସଭାରେ ମୁଖ୍ୟଅତିଥି ଭାବେ ଶ୍ରୀ ଡାଙ୍ଗ ଯୋଗ ଦେଇ କମିଟିର ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ତଥ୍ୟ ଉପରେ ବକ୍ତବ୍ୟ ରଖିଥିଲେ, ଯେ କୌଣସି ଶିକ୍ଷାଅନୁଷ୍ଠାନରେ କମିଟି, ଶିକ୍ଷକ ଓ ଛାତ୍ରର ସମନ୍ୱୟ ନ ରହିଲେ ବିକଶିତ ହେବା ଅସମ୍ଭବ। ତେଣୁ ସମସ୍ତେ ଏକତ୍ରିତ ହୋଇ ବିକଶିତ ଅନୁଷ୍ଠାନ ଗଢିବା ଏବଂ କଲେଜର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସହଯୋଗ ପାଇଁ ପ୍ରତିଶୃତି ଦେଇଥିଲେ। ସେହିପରି ନୂତନ ଅଧ୍ୟକ୍ଷ ଡ. ବସନ୍ତ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ରହି ଅନୁଷ୍ଠାନର ବିକାଶ ପାଇଁ ସମସ୍ତଙ୍କ ମତାମତକୁ ଆଗ୍ରାଧିକାର ଦିଆଯିବା ଉପରେ ମନ୍ତବ୍ୟ ପ୍ରଦାନ କରିଥିଲେ। ସେହିପରି ବରିଷ୍ଠ ଅଧ୍ୟାପକ ଦେବଦାସ ମହାପାତ୍ର, ସାଗର ବଗର୍ତ୍ତୀ ଗତ ୪ ବର୍ଷ ଭିତରେ କିପରି ସମସ୍ୟାର ସମ୍ମୁଖିନ ହେଉଥିଲେ ତା ଉପରେ ବକ୍ତବ୍ୟ ରଖିଥିଲେ। ସଭାପୂର୍ବରୁ କଲେଜର ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ। ଅଧ୍ୟାପକ ସମିର ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅଧ୍ୟାପକ ବସନ୍ତ ଖଟୁଆ ମଞ୍ଚ ପରିଚାଳନା କରିଥିବା ସ୍ଥଳେ ଅଧ୍ୟାପକ ବିଭୁଦତ୍ତ ପୁରୋହିତ ଧନ୍ୟବାଦ ଦେଇଥିଲେ।ପରେ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଅତିଥିବୃନ୍ଦ କଲେଜ ପରିସରେ ବୃକ୍ଷରୋପଣ କରିଥିଲେ। ସମସ୍ତ କାର୍ଯ୍ୟରେ ପରିଚାଳନା କମିଟି ସଦସ୍ୟ/ସଦସ୍ୟା , ଅଧ୍ୟାପକ ଓ କର୍ମଚାରୀମାନେ ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow