ଜୋରାଡ଼ବରା ପ୍ରାଥମିକ କୃଷି ସମବାୟ ସମିତି..... ୧୨୦ ଚାଷୀ ଙ୍କ ୮ ହଜାର ୫ ଶହ କୁଇଣ୍ଟାଲ ଧାନ ରହିଛି ପଡି ,ଧାନ ଉଠେଇବାରେ ବିଳମ୍ବ ହେତୁ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବାକୁ ଚାଷୀ ସଜବାଜ

Jan 14, 2026 - 19:35
Jan 14, 2026 - 20:01
 0  89
ଜୋରାଡ଼ବରା ପ୍ରାଥମିକ କୃଷି ସମବାୟ ସମିତି..... ୧୨୦ ଚାଷୀ ଙ୍କ ୮ ହଜାର ୫ ଶହ କୁଇଣ୍ଟାଲ ଧାନ ରହିଛି ପଡି ,ଧାନ ଉଠେଇବାରେ ବିଳମ୍ବ ହେତୁ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବାକୁ ଚାଷୀ ସଜବାଜ

କର୍ଲାମୁଣ୍ଡା:୧୪/୧(ଲୋକ ଆବାଜ. ଇନ/ବ୍ୟୁରୋ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ବିଭିନ୍ନ ମଣ୍ଡି ରେ ଚାଷୀ ଙ୍କ ହଜାର ହଜାର କୁଇଣ୍ଟାଲ ଧାନ ପଡି ରହିଥିଲେ ହେଁ ପ୍ରଶାସନ ପକ୍ଷରୁ ଆଖି ଦୃଶିଆ ପଦକ୍ଷେପ ନେବାରେ ବିଫଳ ହେଉଥିବା ଚାଷୀ ମାନେ ଅଭିଯୋଗ କରିବା ସହ ରବିବାର କଳାହାଣ୍ଡି ଜିଲ୍ଲା କୁ ମୁଖ୍ୟମନ୍ତ୍ରୀ ଙ୍କ ଗ୍ରସ୍ତ ସମୟରେ ଚାଷୀ ମାନେ ଭେଟିବାକୁ ସଜବାଜ ହେଉଥିବା ଜୋରାଡ଼ବରା ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ଦେବରାଜ ରଣା ସୂଚନା ଦେଇଛନ୍ତି।ଏଠାରେ ସୂଚନାଯୋଗ୍ୟ ଯେ ଜୋରାଡ଼ବରା ସମବାୟ ସମିତି କୁ ଚଳିତ ବର୍ଷ ୫୦ ହଜାର କୁଇଣ୍ଟାଲ ଧାନ କ୍ରୟ ପାଇଁ ନିର୍ଦ୍ଦେଶ ରହିଛି, ତେବେ ଧାନ ଉଠେଇବା ଦାୟିତ୍ୱ ରେ ଥିବା କିଛି ମିଲର୍ସ ଙ୍କ ଅସହଯୋଗ ତଥା ଦିନ କୁ ମାତ୍ର ଗୋଟିଏ ରୁ ଦୁଇଟି ଗାଡି ପଠାଉଥିବା ଥିବାରୁ ୧୨୦ ଜଣ ଚାଷୀ ଙ୍କ ୮ ହଜାର ୫ ଶହ ବସ୍ତା ଧାନ ମଣ୍ଡିରେ  ଥିବା ସମବାୟ ସମିତିର ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁମନ୍ତ ସାହୁ କହିଛନ୍ତି।ଏଣୁ ଏଥି ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଚାଷୀ ମାନେ ଅନୁରୋଧ କରିଛନ୍ତି।

What's Your Reaction?

like

dislike

love

funny

angry

sad

wow