ବୋଲେରୋ ଧକ୍କାରେ ବାଇକ୍ ଆରୋହୀ ଗୁରୁତର

Sep 24, 2024 - 21:59
 0  47
ବୋଲେରୋ ଧକ୍କାରେ ବାଇକ୍ ଆରୋହୀ ଗୁରୁତର

କଣ୍ଟାମାଳ :ଲୋକ ଆବାଜ୍. ଇନ୍ (ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ୍)

କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମାର୍ଡଲ ବୁଲାଣି ନିକଟରେ ମେକ୍ସ ପିକଅପ୍ ସହ ଏକ ବାଇକ ଦୁର୍ଘଟଣା ଘଟି ଜଣେ ଆହତ ହୋଇଥିବା ଜଣାପଡିଛି | ସୂଚନା ଅନୁସାରେ ଆଜିଏକ ବାଇକରେ ଜଣେ ଯୁବକ କୌଣସି କାମରେ ଯାଉଥିବା ବେଲେ ଏକ ପିକଅପ୍ ଗାଡି ସହ ଦୁର୍ଘଟଣା ଘଟି ଯୁବକ ଜଣକ ଗୁରୁତର ଆହତ ହୋଈଥିଲେ I ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ |ଏପଟେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ରାସ୍ତା ପାର୍ଶ୍ବରେ ଡଷ୍ଟ ଗୁଣ୍ଡ ପଡିଥିବା ହେତୁ ଏଭଳି ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି | ପୂର୍ବରୁ ମଧ୍ୟ୍ୟ ଏଠି ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଈଥିଲା | ତେବେ ରାସ୍ତା ନିର୍ମାଣକାରୀ ଠିକା ସଂସ୍ଥା ମନମୁଖୀ କାର୍ଯ୍ୟ ଚଳାଉ ଥିବା ବେଳେ ଏହି ରାସ୍ତା ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି |

What's Your Reaction?

like

dislike

love

funny

angry

sad

wow