ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ହୀରକ ଜୟନ୍ତୀ ଓ ସ୍ୱର୍ଗତ ଶରତ ଚନ୍ଦ୍ର ପାଣିଗ୍ରାହୀ ଙ୍କ ଜନ୍ମ ଶତ ବାର୍ଷିକୀ ପାଳିତ
ବଲାଙ୍ଗିର :ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
୨୬.୧୦.୨୫ରିଖ ରବିବାର ସଂନ୍ଧ୍ୟାରେ ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ବଲାଂଗୀର ର ହୀରକ ଜୟନ୍ତୀ ତଥା ବିଦ୍ୟାଳୟ ର ପ୍ରତିଷ୍ଠାତା ସ୍ବର୍ଗତ ଶରତ ଚନ୍ଦ୍ର ପାଣିଗ୍ରାହୀ ଙ୍କ ଜନ୍ମ ଶତ ବାର୍ଷିକୀ ମହାସମାରୋହ ରେ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବ ରେ ଓଡ଼ିଶା ସରକାରଙ୍କ ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ବିଦ୍ୟାଳୟର ପ୍ରଶଂସା କରିବା ସହିତ ସ୍ବର୍ଗତ ଶରତ ଚନ୍ଦ୍ର ପାଣିଗ୍ରାହୀ ଙ୍କ ବଲାଂଗୀର ପ୍ରତି ଥିବା ଅବଦାନ ର ସ୍ମୃତିଚାରଣ କରିଥିଲେ। ସମ୍ମାନିତ ଅତିଥି ଭାବେ ବଲାଙ୍ଗୀର ର ବିଧାୟକ ଶ୍ରୀ କଳିକେଶ ନାରାୟଣ ସିଂଦେଓ ନିଜର ବକ୍ତବ୍ୟ ରଖି ବିଦ୍ୟାଳୟ ର କାର୍ଯ୍ୟ କୁ ପ୍ରଶଂସା କରିବା ସହିତ ବିଦ୍ୟାଳୟ ର ଆବଶ୍ୟକତା କୁ ଦୃଷ୍ଟି ରେ ରଖି ICT ଲାବ୍ ପାଇଁ ୧୫ ଟି କମ୍ପ୍ୟୁଟର ଦେବା ପାଇଁ ଘୋଷଣା କରିଥିଲେ ଏବଂ ICT ଲାବ୍ ର ପୁନଃମରାମତି ପାଇଁ ୫ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଥିଲେ। ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ, ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ , ଶରତ ଚନ୍ଦ୍ର ପାଣିଗ୍ରାହୀ ସ୍ମୃତି ସଂସଦ ର ସଭାପତି ଧର୍ମବ୍ରତା ରଥ ଏବଂ ସମାଜସେବୀ ଶ୍ରୀ ଗୋପାଲଜୀ ପାଣିଗ୍ରାହୀ , ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।
ସଭାରେ ବିଦ୍ୟାଳୟ ର ଆଲୁମିନି ସଭାପତି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ବିଦ୍ୟାଳୟର ପ୍ରଧନଶିକ୍ଷକ ଶ୍ରୀ ନରେନ୍ଦ୍ର ନାଥ ମିଶ୍ର ବିଦ୍ୟାଳୟ ର ୬୦ ବର୍ଷର ବିବରଣୀ ଉପସ୍ଥାପନ କରିଥିଲେ। ଏହି ସଭାରେ ଡ଼. ଶ୍ରୀକାନ୍ତ କୁମାର ପାଣିଗ୍ରାହୀ ସଭାପତିତ୍ବ କରିଥିଲେ l ଯିଏ କି ବର୍ତ୍ତମାନ ପ୍ରଧାମନ୍ତ୍ରୀ ଙ୍କ କାର୍ଯ୍ୟାଳୟରେ ଜଳବାୟୁ ପରିବର୍ତ୍ତନର ମୁଖ୍ୟ ପରାମର୍ଶଦାତା ଭାବେ ଦିଲ୍ଲୀଠାରେ କାର୍ଯ୍ୟ କରୁଛନ୍ତି। ଏହି ସଭାରେ ଆଇଆଇଏମ୍ ସମ୍ବଲପୁର ର ପ୍ରଫେସର ସୁଜିତ୍ କୁମାର ପୃଷେଠ ଶରତ ଚନ୍ଦ୍ର ପାଣିଗ୍ରାହୀ ଙ୍କ ବିଷୟରେ ବକ୍ତବ୍ୟ ପ୍ରଦାନ କରି ନାରୀ ଶିକ୍ଷା ଉପରେ ଗଢି ଉଠିଥିବା ଏହି ବିଦ୍ୟାଳୟ ର କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ।ଶ୍ରୀ ରଘୁନନ୍ଦନ ସିଂ ଙ୍କ ସଂଯୋଜନାରେ ଏହି ହୀରକ ଜୟନ୍ତୀ ଉପଲକ୍ଷେ ସ୍ମରଣିକା "ସ୍ମୃତିବିନ୍ଦୁ" ଉନ୍ମୋଚିତ ହୋଇଥିଲା।ବିଦ୍ୟାଳୟର ହୀରକ ଜୟନ୍ତୀ ଅବସରରେ ବିଦ୍ୟାଳୟ ହାଇସ୍କୁଲ ପରୀକ୍ଷା ଫଳକୁ ନେଇ ସର୍ବାଧିକ ମାର୍କ ରଖିଥିବା ବିଗତ ୫ ବର୍ଷ ର ୫ ଜଣ ଛାତ୍ରୀ ବିଦିପ୍ତା ସାହୁ, ସେଫିନା ଯୋସେଫ , ନିୟତି ସାହୁ, ଭୂମିସୂତା ପରିଡ଼ା ଙ୍କୁ ସମ୍ମାନିତ କରାଯାଇଥିଲା। ଏହା ସହିତ ଆନ୍ତର୍ଜାତୀୟ ଦୌଡ଼ ରାଣୀ ଆନନ୍ଦିନୀ ଦର୍ଜୀ, ଡ଼. ସ୍ବିଟି ମେହେର, ବିଦ୍ୟାଳୟର ପୁରାତନ ଛାତ୍ରୀ ତଥା ସଙ୍ଗୀତଜ୍ଞ ବିଗେଶି ବାରିକ୍, ମିନାକ୍ଷୀ ତନ୍ତୀ, ଏଵଂ ବଲାଙ୍ଗୀର ଜିଲ୍ଲା ର କ୍ରିକେଟ୍ ଖେଳ ପାଇଁ ମାଧୁରୀ ମେହେଟା , ରୋସନାରା ପରବିନ୍, ନୃତ୍ୟ ପାଇଁ ଜ୍ୟୋତିରେଖା ତ୍ରିପାଠୀ, ପ୍ରୀୟାଂଶି ସାହୁ ଙ୍କୁ ସମ୍ମାନିତ କରାଯାଇଥିଲା। ହୀରକ ଜୟନ୍ତୀ ଓ ଶରତ ଚନ୍ଦ୍ର ପାଣିଗ୍ରାହୀ ସ୍ମୃତି କମିଟୀ ତରଫରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସକାଶେ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍ଗାତା, ପଦ୍ମଶ୍ରୀ ନୃସିଂହ ପ୍ରସାଦ ଗୁରୁ, ଡ. ଶ୍ରୀକର ମିଶ୍ର, ବିକ୍ରମ ବହିଦାର, ହରି ନାରାୟଣ ପୁଝାରୀ, ଲୋକେଶ୍ୱର ସାଏ, ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ, ଲୋଏର ସୁକତେଲ୍, ମୁଖ୍ୟ ଯନ୍ତ୍ରୀ ବେଲାଲ୍ ସିଂ ଭୋଇ,( ଅବସର ପ୍ରାପ୍ତ), ଶିକ୍ଷାବିତ୍ ଧର୍ମବ୍ରତ ରଥ, ପ୍ରସନ୍ନ ମିଶ୍ର, କୃଷ୍ଣଚନ୍ଦ୍ର ମହାକୁର, ତରୁଣ ମିଶ୍ର, ରତନ ମେହେର, ଡ଼ ହାଡ଼ିବନ୍ଧୁ ଶତପଥୀ, ଡ଼ କୃଷ୍ଣ ପ୍ରସାଦ ବହିଦାର, କାର୍ଟୁନିଷ୍ଟ୍ ଆର୍ଟିଷ୍ଟ ଅବନୀ ଅଶ୍ଵିନୀ, ଡ଼.ଜୟନ୍ତ ପଣ୍ଡା Prof.SCB Cuttack,ତଥା ବିଦ୍ୟାଳୟ ର ସମସ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ଯଥା ସୁହାସିନି ସରାଫ୍, ସୁଭଦ୍ରା ସ୍ବାଇଁ, ପଙ୍କଜିନୀ ଚୋପଦାର, ଲକ୍ଷ୍ମୀଧର ସାହୁ, ପ୍ରତାପ ସାଏ ପଟେଲ, ଏବଂ ବିଦ୍ୟାଳୟ ର ଉଲ୍ଲେଖନୀୟ ଅବଦାନ ସକାଶେ ବର୍ତ୍ତମାନ ର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ରଙ୍କୁ ପୁରାତନ ଛାତ୍ରୀ ସଂସଦ ତରଫରୁ ହୀରକ ଜୟନ୍ତୀ ସମିତି ତଥା ଶରତ ଚନ୍ଦ୍ର ପାଣିଗ୍ରାହୀ ଙ୍କ ଶତ ବାର୍ଷିକୀ ତରଫରୁ କାର୍ଯ୍ୟକ୍ରମ ର ସଫଳତା ପାଇଁ ସ୍ୱତନ୍ତ୍ର ଭାବରେ ସମ୍ମାନିତ କରାଯାଇଥିଲା। ଏହି ସଭାକୁ ସଂଯୋଜନା କରିଥିଲେ ଅରୁନ୍ଧତୀ ବଢେଇ ଏଵଂ ଡ଼. ସାଗରିକା ମିଶ୍ର। ମାନପତ୍ର ପ୍ରଦାନ ଏବଂ ପୁରସ୍କାର ବିତରଣ ରେ ସତ୍ୟାନନ୍ଦ ବିଶ୍ଵାଳ, ସରୋଜ ନାୟକ, ସନ୍ଦୀପ କୁଅଁର ଓ ନାରାୟଣ ମିଶ୍ର ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଶ୍ରୀ କୃଷ୍ଣ ଚନ୍ଦ୍ର ବାଗ ଧନ୍ୟବାଦ୍ ଅର୍ପଣ କରି ଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ପ୍ରଧାଶିକ୍ଷକ ଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ପୁରାତନ ଛାତ୍ରୀ, SMC କମିଟି ର ସମସ୍ତ ସଦସ୍ୟ ସଦସ୍ୟା ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ। ସ୍ଵର ଝଙ୍କାର ର ପ୍ରୀୟଂlଶ ସାହୁ ଙ୍କ ଦ୍ଵାରା ପରିବେଷିତ ଓଡ଼ିଶୀ ନୃତ୍ୟ, ସନବଡା ର ଘୁଡକା ନାଚ ଓ ବିଦ୍ୟାଳୟ ର ପ୍ରାକ୍ତନ ଛାତ୍ରୀ ଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ଯ କ୍ରମ ପରିବେଷଣ କରା ଯାଇଥିଲା l ଉତ୍କଣ୍ଠା ର ସହ ହଜାର ସଂଖ୍ୟାରେ ସହର ର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ମହିଳା, ଛାତ୍ରୀ, ପ୍ରାକ୍ତନ ଛାତ୍ରୀ ସମାଜସେବୀ, ଶିକ୍ଷାବିତ୍ ଓ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଅତିଥି, ଆୟୋଜକ, କଳାକାର, ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ l
What's Your Reaction?