ଟେର୍ଚାପଲା ଠାରେ କ୍ଷେତ୍ର ଦିବସ
କର୍ଲାମୁଣ୍ଡା:(ଲୋକ ଆବାଜ. ଇନ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଶ୍ରୀ ଅନ୍ନ ଅଭିଯାନ ପ୍ରକଳ୍ପ ର କାର୍ଯ୍ୟକାରୀ ସଂସ୍ଥା ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ଓ ଓଡିଶା ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଜୋରାଡବରା ପଞ୍ଚାୟତ ଟେର୍ଚାପଲା ଠାରେ ଶନିବାର କ୍ଷେତ୍ର ଦିବସ ପାଳନ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ କର୍ଲାମୁଣ୍ଡା ଖ ଯୋନ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ,ସମ୍ମାନିତ ଅତିଥି ଭାବେ କୃଷି ବିଭାଗ ଏଟିଏମ୍ ଶ୍ୟାମ ପଦ ଭଞ , ସାମାଜିକ କର୍ମୀ ଚୈତନ୍ୟ ସାହୁ ୱାର୍ଡ ମେମ୍ବର ପଙ୍କଜ ମାଝୀ ଓ କ୍ଷେତ୍ର ସାହୁ, ଆଇସିଡିଏସ କର୍ମୀ ଚନ୍ଦ୍ରମା ତାଣ୍ଡି , ମାଣ୍ଡିଆ ଚାଷୀ ନନ୍ଦି କିଶୋର ମାଝୀ, ଶ୍ରୀ ଅନ୍ନ ଅଭିଯାନ ପ୍ରକଳ୍ପର କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟ କ୍ରମ ସଂଯୋଜକ ଜଗଦୀଶ ପ୍ରସାଦ ରଣା,ଅତିରିକ୍ତ ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ କୁମାର ସାହୁ , ଜୟ ଥୁଆମୁଲ ରାମପୁର ଅର୍ଗାନିକ ଫାର୍ମର ପ୍ରଡୁସର କମ୍ପାନୀ ଲିମିଟେଡ଼ ର ସିଇଓ ଟଙ୍କଧର ନାଏକ ପ୍ରମୁଖ ଯୋଗ ଦେଇ କ୍ଷୁଦ୍ର ଶସ୍ୟ ର ଚାହିଦା ଓ ତାକୁ ଖାଦ୍ୟ ରୂପେ ଗ୍ରହଣ କରିବା,ଅମଳ ବୃଦ୍ଧି, ଚାଷର ବିଭିନ୍ନ ପଦ୍ଧତି, ମଣ୍ଡି ର ବ୍ୟବସ୍ଥା ସହିତ ସରକାରୀ ସ୍ତରରେ ଏଥିପାଇଁ ଥିବା ସୁବିଧା ସୁଯୋଗ ଓ କ୍ରପ କଟିଙ୍ଗ ର ଅନୁଭୂତି ଉପରେ ଆଲୋଚନା କରିଥିଲେ।ପରେ ପରେ ନିକଟସ୍ଥ ମାଣ୍ଡିଆ ଚାଷ କୁ ଚାଷୀ ମାନଙ୍କ ଦ୍ଵାରା ପରିଦର୍ଶନ କରାଯାଇଥିଲା।ଶ୍ରୀ ଅନ୍ନ ଅଭିଯାନ ପ୍ରକଳ୍ପ ର ସିଆରପି ଜୀବର୍ଦ୍ଧନ ସାହୁ, ବାଲ୍ମୀକି ଛତ୍ରୀଆ,କମଳ ସୁନା , ପ୍ରଫୁଲ୍ଲ ସାହୁ ,ଗୋପୀ କାନ୍ତ ମାଝୀ, ଦେବେନ୍ଦ୍ର ମାଝୀ, ପିତାମ୍ବର ମାଝୀ ,ଚୈତନ୍ୟ ମାଝୀ ,ପ୍ରଶାନ୍ତ ମାଝୀ, କିରଣ ସାହୁ କୃଷକ ସାଥି କିଶୋର ନାଗ,ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ରେ ବ୍ଲକ ର ବିଭିନ୍ନ ଗାଁରୁ ଶତାଧିକ ମାଣ୍ଡିଆ ଚାଷୀ ଯୋଗ ଦେଇଥିଲେ।
What's Your Reaction?