ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ବିଳନୀ ଅନୁଷ୍ଠିତ

Sep 22, 2024 - 20:11
 0  41
ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ବିଳନୀ ଅନୁଷ୍ଠିତ

କଣ୍ଟମାଳ:ଲୋକ୍ ଆବାଜ୍‌.ଇନ୍‌(ପୂର୍ଣ୍ଣ ଚରଣ ସାହୁଙ୍କ ରିପୋର୍ଟ)

କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଗଙ୍ଗାଧର ମେହେର ଉଚ୍ଚ ବିଦ୍ୟାଳୟ ଗୋବଯୋର ଠାରେ ଦଶମ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି ! ଗୋବଯୋର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅର୍ଜୁନ ବସ୍ତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ କଣ୍ଟାମାଳ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ୟୁଡାଇସପ୍ଲସ, ଖାନଏକାଡେମୀ, ଆକାଂକ୍ଷୀ କାର୍ଯ୍ୟକ୍ରମ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଭୁତି ବିଷୟରେ ଆଲୋଚନା କରିଥିଲେ ! ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ  ଉଦ୍ଧବ ମହାଳିକ ମୌଳିକ ଭାବ ଓ ସଂଖ୍ୟାଜ୍ଞାନ ଏବଂ ଉତ୍କର୍ଷ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ !ସହକାରୀ ଶିକ୍ଷକ ଲକ୍ଷ୍ମଣ ମହାପାତ୍ର ସଭାପରିଚାଳନା କରିଥିଲେ ! ସଭାପରେ  ବିଜ୍ଞାନାଗାର, ଇ ପାଠାଗାର, ଶୌଚାଳୟ, ତଥା ଶିକ୍ଷକଙ୍କ ଶିକ୍ଷା ପ୍ରଣାଳୀ ଅନୁଧ୍ୟାନ କରି ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ ! କାର୍ଯ୍ୟକ୍ରମରେ କଣ୍ଟାମାଳ ବ୍ଲକର ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଂଶ ଗ୍ରହଣ କରିଥିଲେ ! ଏହି ଅବସରରେ ଏକ ବ୍ଲକ ସ୍ତରୀୟ ଆଠ ଜଣିଆ ଶିକ୍ଷଣ ଅଭିବୃଦ୍ଧି କମିଟି ଗଠନ କରାଯାଇଥିଲା ! ଉକ୍ତ କମିଟିରେ ଗୋଷ୍ଟୀ ଶିକ୍ଷା ଅଧିକାରୀ  ସନୋଜ କୁମାର ସେଠୀ, ବି.ଆର.ସି.ସି ଦୁର୍ଗା ଚରଣ ପ୍ରଧାନ,ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ଉଦ୍ଧବ ମହାଳିକ, ଘଣ୍ଟାପଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ପୀତବାସ ପଣ୍ଡା, ଆମ୍ବଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶୁକଦେବ ପଣ୍ଡା, ଶିମିଳିଯୋରା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ପରିଡା, ପ୍ରଧାନ ଶିକ୍ଷକ ପ୍ରାଥମିକ ସ୍ତରରୁ ସଣ୍ଡେଶ୍ୱର ନାଗ ଓ ସିଆରସିସି ସୁକାନ୍ତ ଭୋଇ ସଦସ୍ୟ ଭାବେ ମନୋନିତ ହୋଇଥିଲେ ! ଶେଷରେ ପ୍ରଧାନ ଶିକ୍ଷକ ଶୁକଦେବ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ !

What's Your Reaction?

like

dislike

love

funny

angry

sad

wow