ଡୋଳାବାଲି ଛକ ଗୁଳି ମାଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ

କଣ୍ଟାମାଲ : ଲୋକଆବାଜ୍.ଇନ(ପୂର୍ଣ୍ଣ ଚରଣ ସାହୁ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଲମ୍ବସରି ପଞ୍ଚାୟତ ଖମାର୍ ରାସ୍ତାର ଡୋଲାବାଲି ଛକ ନିକଟରେ ଗତରବିବାର ରାତିରେ ଗୁଳିମାଡ ଘଟଣା ର ମୁଖ୍ୟ ଅଭିଯୁକ୍ତ ବାବୁଲି ଦେହୁରୀଆ (28)ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା କଣ୍ଟାମାଲ ଥାନା ଅଧିକାରୀ ଭାବlନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି l ପ୍ରକାଶ ଥାଉକିରବିବାର ରାତିରେ ଡୋଳାବାଲି ଛକ ଠାରେ ଗୁଳି ଫୁଟି ଦୁଇ ଜଣ ଯୁବକ ଆହତ ହୋଇଥିଲେ | ଆହତ ଯୁବକ ଦ୍ବୟ ହେଲେ ଖମାର ଗ୍ରାମର ଗଦାଧର ବଣ୍ଡକି(୨୪) ଓ ସୁଜିତ ଜଗଦଲା (୨୦) | ସୂଚନା ଅନୁସାରେ ରବିବାର ରାତିରେ ଉଭୟ ଯୁବକ କୌଣସି କାମରେ ଯାଇ ଗ୍ରାମକୁ ଫେରୁଥିବା ବେଳେ ଡୋଲାବାଲି ଛକ ନିକଟରେ କୌଣସି କାରଣକୁ ନେଇ ପିଣ୍ଡା ପଦର ଗ୍ରାମର ବାବୁଲି ଦେହୁରିଆ (୨୮) ନାମକ ଜଣେ ଯୁବକ ଗୁଳି ଚଳାଇ ଥିଲା | ଗୁଳିରେ ଗଦାଧର ଆହତ ହୋଇଥିବା ବେଳେ ସୁଜିତକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ | ସୁଜିତର ଅନେକ ସ୍ଥାନରେ କ୍ଷତ ହୋଇଛି | ଘଟଣା ଘଟାଇ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ମାରିଥିଲା | ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ | ଅନ୍ୟପଟେ ପରିବାର ପକ୍ଷରୁ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ପୁଲିସ ଏକ ମାମଲା ରୁଜ୍ଜୁ କରି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା | ଘଟଣାରେ ସଂପୃକ୍ତ ଥିବା ଯୁବକଙ୍କୁ ପୁଲିସ ପିଣ୍ଡା ପଦର ଗ୍ରାମରୁ ଗିରଫ କରିଥିଲା | ପୂର୍ବ ଶତ୍ରୁତା କୁ ନେଇ ଗୁଳିଫୁଟି ଥିବା ଓ ଆକ୍ରମଣ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି |ଅନ୍ୟ ଅଭିଯୁକ୍ତ ଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ଭାବନନ୍ଦ ପ୍ରଧାନ କହିଛନ୍ତି l
What's Your Reaction?






