ତାଳୁକ ଆଇନ ସେବା ସମିତି ତରଫରୁ ଧର୍ମଗଡ଼ କୋର୍ଟ ପରିସରରେ ଚଳିତ ବର୍ଷ ର ପ୍ରଥମ ରାଷ୍ଟୀୟ ଲୋକ ଅଦାଲତ ଅନୁଷ୍ଠିତ :

Mar 8, 2025 - 19:45
 0  30
ତାଳୁକ ଆଇନ ସେବା ସମିତି ତରଫରୁ ଧର୍ମଗଡ଼ କୋର୍ଟ ପରିସରରେ ଚଳିତ ବର୍ଷ ର ପ୍ରଥମ ରାଷ୍ଟୀୟ ଲୋକ ଅଦାଲତ ଅନୁଷ୍ଠିତ :

ତାଳୁକ ଆଇନ ସେବା ସମିତି ତରଫରୁ ଧର୍ମଗଡ କୋର୍ଟ ପରିସରରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ

ଧର୍ମଗଡ଼: ଲୋକ୍ ଆଵାଜ୍.ଇନ୍(ସନତ କୁମାର ପ୍ରଧାନୀ)

ତାଳୁକ ଆଇନ ସେବା ସମିତି, ଧର୍ମଗଡ ଅନୁକୂଲ୍ୟ ରେ ସ୍ଥାନୀୟ ଧର୍ମଗଡ ସିଭିଲ କୋର୍ଟ ପରିସରରେ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ତାଳୁକୁ ଆଇନ ସେବା ସମିତି ର ଅଧକ୍ଷ୍ୟ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନ ରେ ଶନିବାର ସକାଳ ୧୧ ଟା ରୁ ଚଳିତ ବର୍ଷ ର ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି। ଏହି ଲୋକ ଅଦାଲତ ରେ ୯ ଟି ମୋଟରଯାନ ଜନିତ ଦୁର୍ଘଟଣା ଏବଂ ୩୯ଟି ଫୌଜଦାରୀ ମକଦ୍ଧମା ର ଫଇସଲା କରାଯାଇ ସମୁଦାୟ ୫୯ ଲକ୍ଷ ୩୦ ହଜ଼ାର ଟଙ୍କା ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଇଥିଲା. ଏହି ଲୋକ ଅଦାଲତ ରେ ରାଷ୍ଟ୍ରୀୟ ବ୍ୟାଙ୍କ କର୍ମଚାରୀ ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ସେହିଭଳି ରାଜସ୍ୱ ବିଭାଗ ରେ ସମୁଦାୟ ୩୧୨ଟି କେଶ ର ସମାଧାନ କରାଯାଇଥିଲା। ଉକ୍ତ ଲୋକ ଅଦାଲତ ରେ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ପ୍ରଜ୍ଞା ପରିମିତା ସ୍ୱାଇଁ ପ୍ରଥମ ଶ୍ରେଣୀ ବିଭାଗୀୟ ବିଚାରପତି ଶ୍ରୀଚନ୍ଦନ ସେଠି, ବରିଷ୍ଠ ଆଇନଜୀବି ଶ୍ରୀ ମିହିର ରଞ୍ଜନ ପଟ୍ଟଯୋଶୀ, ଶ୍ରୀ ସମୀର କୁମାର ମୁଣ୍ଡ ପ୍ରମୁଖ ଉପସ୍ଥିଥ ଥିଲେ।ଉକ୍ତ ଲୋକ ଅଦାଲତ ରେ ଧର୍ମଗଡ ସିଭିଲ କୋର୍ଟ ର କର୍ମଚାରୀ ବୃନ୍ଦ ଓ ଧର୍ମଗଡ ଆଇନଜୀବୀ ସଙ୍ଘ ର ଆଇନଜୀବୀ ମାନେ ସବିଶେଷ ସାହାଯ୍ୟ କରିଥିଲେ।

What's Your Reaction?

like

dislike

love

funny

angry

sad

wow