ରାଇକିଆ ରେ ପ୍ରିୟମ୍ବଦା ହସପିଟାଲର ଶୁଭ ଉଦ୍ଘାଟନ , ଗାଁ ଦିବସ ପାଳିତ

Jan 23, 2026 - 15:18
 0  35
ରାଇକିଆ ରେ ପ୍ରିୟମ୍ବଦା ହସପିଟାଲର ଶୁଭ ଉଦ୍ଘାଟନ ,  ଗାଁ ଦିବସ ପାଳିତ

ବାଲିଗୁଡା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମୁଖ୍ୟାଳୟ ଠାରେ ଥିବା ହରିଓମ୍ କଲ୍ୟାଣ ମଣ୍ଡପ ଠାରେ ପ୍ରିୟମ୍ବଦା ହସପିଟାଲ ର ଶୁଭ ଉଦ୍ଘାଟନ ଉତ୍ସବ ଓ ରାଜ୍ୟ ସ୍ତରୀୟ ଗାଁ ଦିବସ ସମ୍ମାନ ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମ କୁ ପ୍ରିୟମ୍ବଦା ହସପିଟାଲ ର ଚ୍ୟାର ମେନ୍ ତଥା କଳାକ୍ଷେତ୍ର ର ସହ ସମ୍ପାଦକ ସଞ୍ଜୀବ ମିଶ୍ର ଆୟୋଜନ କରି ଥିବା ବେଳେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସିନେ ଅଭିନେତା ତଥା ମଞ୍ଚ ନିର୍ଦ୍ଦେଶକ କଳାକ୍ଷେତ୍ର ର ସଭାପତି ଅଶ୍ରୁ ମୋଚନ ମହାନ୍ତି, ସମ୍ମାନିତ ଅତିଥି ଭାବେ ନାରାୟଣ ପ୍ରସାଦ ମହାନ୍ତି, ଦେବୀ ପ୍ରସାଦ ପଣ୍ଡା, ବାସୁଦେବ ପଣ୍ଡା, ପାରମ୍ପାରିକ ଲୋକ କଳାକାର ଫିରିଙ୍ଗିଆ ର ସଭାପତି ଅକ୍ଷୟ କର୍ଣ୍ଣ , ବରିଷ୍ଠ ସମ୍ବାଦିକ ତଥା ଯୁବ ନାଟ୍ୟକାର ପ୍ରମୋଡ କୁମାର ଦଣ୍ଡସେନା, ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମଞ୍ଚାସିନ ଥିଲେ, ଆମନ୍ତ୍ରିତ ଅତିଥି ଗଣ ରାଇକିଆ ମେଡିକାଲ ଉଦ୍ଘାଟନ ଯୋଗୁଁ ବହୁ ରୋଗୀ ସେବା ପାଇବେ, କଟକ ଭୁବନେଶ୍ୱର, ବ୍ରହ୍ମପୁର କୁ ଯାଇ ଖର୍ଚ୍ଚାନ୍ତ ହେଉଥିବା ବେଳେ ଏଣିକି ହାତ ପାହାନ୍ତା ରେ ଲୋକେ ସେବା ପାଇବେ ବୋଲି ନିଜ ବକ୍ତବ୍ୟ ରେ କହିଥିଲେ, ସେହିଭଳି ଗ୍ରାମାଞ୍ଚଳ ରେ ଲୁଚିରହିଥିବା ପାରମ୍ପରିକ କଲା ଓ କଳାକାର ମାନଙ୍କୁ ସମ୍ମାନ ଜଣାଇବା ଉଦ୍ଧେଶ୍ୟ ରେ କଲା ସଂସ୍କୃତି ର ପ୍ରଚାର ପ୍ରସାର ଓ ବିକାଶ ଉପରେ କାର୍ଯ୍ୟକ୍ରମ ଜାରି ରଖିଥିବା ରାଜ୍ୟ ର ଅଗ୍ରଣୀ କଳାକାର ସଂଗଠନ କଳା କ୍ଷେତ୍ର ର ଭୂମିକା ମଧ୍ଯ କମ୍ ନୁହଁ, ଜିଲ୍ଲା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳାବିକାଶ କେନ୍ଦ୍ର ର ଆଦିବାସୀ ନୃତ୍ୟ ରେ ଦର୍ଶକ ବିମୋହିତ ହୋଇ ଥିବା ବେଳେ ବାଲିଗୁଡା ର ବରିଷ୍ଠ ସାମ୍ୱାଦିକ ତଥା ମଞ୍ଚ ଅଭିନେତା ପ୍ରମୋଦ ଙ୍କୁ କଳାକ୍ଷେତ୍ର ପକ୍ଷରୁ ସମ୍ମାନୀତ କରାଯାଇ ଥିଲା,ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ପ୍ରାୟ ସହେ ଜଣ ପାରମ୍ପରିକ କଳାକାର କୁ ସମ୍ମାନିତ କରାଯାଇଥିବା ବେଳେ ଅତିଥି ମାନଙ୍କ ଦ୍ୱାରା କଳାଗ୍ରାମ ଲୋଗୋ ଉନ୍ମୋଚନ କରାଯାଇଥିଲା ଉ କାର୍ଯ୍ୟକ୍ରମ ରେ ପାରମ୍ପରିକ ଲୋକ କଳାକାର ସଙ୍ଘ ର ସଦସ୍ୟା ସପ୍ନରାଣୀ କର୍ଣ୍ଣ, ସମ୍ପତି ଦିଗାଳ, ଲୀଳାବତୀ ଦିଗାଳ, ସାଙ୍ଗର ସମ୍ପାଦକ ପ୍ରଭାତ ବେହେରା, ଦୁଃଖିଶ୍ୟାମ ନାଏକ, ଅର୍ଜୁନ ମଳିକ ଙ୍କ ସହ ସମସ୍ତ କର୍ମକର୍ତା ଓ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ I କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବ ରେ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I କାର୍ଯ୍ୟକ୍ରମ ଶେଷରେ ସଭାପତି ଅକ୍ଷୟ କୁମାର କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ I

What's Your Reaction?

like

dislike

love

funny

angry

sad

wow