ଦପଲା ଟିଓଏମଇ ସ୍କୁଲ ର ବାର୍ଷିକ ଉତ୍ସବ

କଣ୍ଟାମାଳ:ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା କ୍ଲଷ୍ଟର ଦପଲା ଟିଓଏମଇ ସ୍କୁଲ ର ବାର୍ଷିକ ଉତ୍ସବ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ଏହି ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦୁଃଶାସନ ମହାକୁଡ଼ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପଲ୍ଲିଶ୍ରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଙ୍ଗାଧର ଝାଙ୍କର, ମୁଖ୍ୟବକ୍ତା ଭାବେ ପିଣ୍ଢାପଦର ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଅଶୋକ ପ୍ରଧାନ, ସମ୍ମାନିତ ଅତିଥି ଭାବେ ସିଆରସିସି ଶ୍ରୀମନ୍ତ କଅଁର, ଏସ ଏମ ସି ସଭାପତି ସ୍ୱାଧୀନ ପୁରୋହିତ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ବିଭିନ୍ନ ବିଷୟରେ ମାର୍ଗଦର୍ଶନ କରିଥିଲେ |ଏହି ଅବସରରେ ବିଦ୍ୟାଳୟ ର 2024 ମସିହା ରେ ଏନ ଏନ ଏମ ଏସ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀ ଶିବାନୀ ମଲିକ, ଓଏଭି କୃତକାର୍ଯ୍ୟ ହୋଇଥିବା ସପ୍ତମ ଶ୍ରେଣୀ ଛାତ୍ରୀ ଦୀପିକା ସରକାର, ଓ ଅନ୍ୟନ୍ନ କୃତୀ ଛାତ୍ରଛାତ୍ରୀ ଙ୍କୁ ଟ୍ରଫି ଓ ପ୍ରଶଂସା ପତ୍ର ଦେଇ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଥିଲା |ବିଦ୍ୟାଳୟ ରେ ସ୍ବେଛାସେବୀ ଶିକ୍ଷକ ଦୟାନିଧି ମେଣ୍ଡିଲି ଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା |ଅଷ୍ଟମ ଶ୍ରେଣୀ ପାସ କରିଥିବା ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କୁ ବିଦାୟ ସମ୍ୱର୍ଦ୍ଧନା ଦିଆଯାଇଥିଲା |ଶିକ୍ଷକ ରାମଚନ୍ଦ୍ର ମଲିକ ଅତିଥି ପରିଚୟ ଦେଇଥିବା ବେଳେ ଶିକ୍ଷକ ସିଦ୍ଧେସ୍ୱର କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ |
What's Your Reaction?






