ଦପଳା ପେକ୍ସ ରେ ସଭାପତି ଶୈଳେନ୍ଦ୍ର କୁମାର ବାରିକ ଙ୍କ ଦ୍ୱାରା ଧାନମଣ୍ଡି ଉଦଘାଟିତ l

କଣ୍ଟାମାଳ:ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଳା ପ୍ୟାକ୍ସ ରେ ଧାନମଣ୍ଡି ରେ ଧାନ କ୍ରୟ ନିମନ୍ତେ ପ୍ୟାକ୍ସ ସଂପାଦକ ପ୍ରତାପ କୁମାର ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ୟାକ୍ସ ସଭାପତି ଶୈଳେନ୍ଦ୍ର କୁମାର ବାରିକ ଆନୁଷ୍ଠାନିକଭାବେ ପୂଜାର୍ଚ୍ଚନା ପରେନଡ଼ିଆ ଭାଙ୍ଗି ଉଦଘାଟନ କରିଥିଲେ।ଦପଲା ମଣ୍ଡିର ପରିଚାଳକ ନୋଡ଼ାଲ ଅଫିସର ଦପଲାପିଇଓ ଗୋକୁଳା ଭୋଇ,ଆରଏମସି କର୍ମଚାରୀ ବିଷ୍ଣୁ ପ୍ରଧାନ ଏସଏଲପିସି କମିଟି ସଦସ୍ୟ ପୀତବାସ କଳତା,ପେକ୍ସ ର ପରିଚାଳନା କମିଟି ସଦସ୍ୟ ରାଜ କୁମର ଭୋଇ, ଚକ୍ର ପ୍ରଧାନ,ଚାଷି ଅଶୋକ ପ୍ରଧାନ, ରୋହିତ ଖେତି, କୌଶିକ ସିଂହ, ସଚିତା ନନ୍ଦ ପାତ୍ର, ଦାଶରଥି ନାୟକ, ରଶ୍ମିରଂଜନ ବିଶି, ବିଦ୍ୟାଧର ଦନ୍ତା ପ୍ରମୁଖ ଶୁଭଉଦଘାଟନରେ ସାମିଲ ଥିଲେ l କାର୍ଯ୍ୟକ୍ରମକୁ ପେକ୍ସ କର୍ମଚାରୀ ପଦ୍ମନାଭ ମହାକୁଡ଼, ସୁରଙ୍ଗ ମଲିକ, ବିକାଶ ସିଂହ, ରମେଶ ପ୍ରଧାନ, ବିକ୍ରମ ଦେହୁରୀଆ ସହଯୋଗ କରିଥିଲେ।
What's Your Reaction?






