ବିଜେଡି ରୁ ଇସ୍ତଫା ଦେଲେ ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ଦେବେନ୍ଦ୍ର ପୋଢ଼

Sep 19, 2024 - 19:48
 0  19
ବିଜେଡି ରୁ ଇସ୍ତଫା ଦେଲେ ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ଦେବେନ୍ଦ୍ର ପୋଢ଼

କଳାହାଣ୍ଡି: ଲୋକ୍ଆବାଜ୍.ଇନ୍(ବ୍ୟୁରୋ):-

କଳାହାଣ୍ଡି ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ଦେବେନ୍ଦ୍ର ପୋଢ଼ ଆଜି ତାଙ୍କରି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଶ୍ରୀ ପୋଢ଼ ୨୦୦୯ ମସିହା ରୁ ବିଜେଡ଼ି ଦଳ ରେ ଯୋଗ ଦେଇ ନିଷ୍ଠାପର ଭାବରେ କାର୍ଯ୍ୟ କରୁଥିଲେ । ୨୦୧୭ ମସିହା ରୁ ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ଭାବେ ନିଜର ଦାୟିତ୍ଵ ସମ୍ପାଦନ କରି ଆସୁଥିଲେ । ତେବେ ଦଳୀୟ ଅବହେଳା ଯୋଗୁଁ ନିଜକୁ ଦଳ ରୁ ଦୂରେଇ ରଖିବାକୁ ଉଚିତ୍ ମନେ କରି ନିଜର ଇସ୍ତଫା ପତ୍ର ଜିଲ୍ଲା ଯୁବ ବିଜେଡ଼ି ସଭାପତି ଆଦିତ୍ୟ ନନ୍ଦ ଙ୍କୁ ପ୍ରଦାନ କରିଛନ୍ତି। ବିଜେଡି ରୁ ଧୀରେ ଧୀରେ ଉଦ୍ୟମୀ କର୍ମୀ ଦଳ ରୁ ଆସ୍ଥା ହରାଇ ବସିଥିବା ଚର୍ଚ୍ଚା ହେଉଛି ।

What's Your Reaction?

like

dislike

love

funny

angry

sad

wow