ବେହେରାପଡ଼ାଠାରେ ଷୋହଳ ପୂଜା ଉପଲକ୍ଷେ ରାବଣ ଦରବାର ଉଦଘାଟିତ ।

କଣ୍ଟାମାଳ : ଲୋକ ଆବାଜ.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଲମ୍ବଶରୀପଂଚାୟତ ଅନ୍ତର୍ଗତ ବେହେରା ପଡ଼ା ଗ୍ରାମରେ ଷୋହଳ ପୂଜା ଉପଲକ୍ଷେ ରାବଣ ଦରବାର ଉଦଘାଟିତ ହୋଇ ଯାଇଛି l ରାବଣ ଦରବାରକୁ ଅlନୁଷ୍ଠାନିକଭାବେମୁଖ୍ୟ ଅତିଥି ଭାବେ ସୋନପୁର ଜିଲ୍ଲାର ଚାଷୀ ନେତ୍ରୀ ସୋନାଲି ବିଶି, ସମ୍ମାନୀୟ ଅତିଥି ଭାବେ ଯୁଧିଷ୍ଠିର ଖେତି, କୁଶଳେଶ୍ୱର କର୍ମୀ, ସୁବଳ ଚନ୍ଦ୍ର ବାରିକ, ପ୍ରମୋଦ ମେଣ୍ଡଳୀ, ନରୋତ୍ତମ ମଲିକ, ଦମୟନ୍ତୀ ଦାସ, ରିଙ୍କୁ ମାଝୀ ଙ୍କ ଦ୍ଵାରା ଉଦଘାଟନ ହୋଇଯାଇଛି । ପଲସାଗୋରା ର ମା' ଭୈରବୀ କଳା ପରିଷଦର କଳାକାର ଙ୍କ ଦ୍ଵାରା ରାମାୟଣ ବିଷୟ ବସ୍ତୁ ଆଧାରରେ ଲଙ୍କାପୁରରେ ରାଜୁତି କରୁଥିବା କୁବେରଙ୍କୁ ପରାସ୍ତ କରି ରାବଣ ସିଂହାସନ ଆରୋହଣ, ରାବଣଙ୍କ ଦୌରାତ୍ମ୍ୟ, ଏଥିରେ ଅତିଷ୍ଠ ଓ ଭୟଭୀତ ହୋଇ ଦେବଗଣ ଲୋକେ ନାରଦଙ୍କ ଦ୍ଵାରା ବିଷ୍ଣୁଙ୍କଠାରେ ପ୍ରାର୍ଥନା, ବିଷ୍ଣୁଙ୍କ ରାମ ଅବତାର, ଶିବଧନୁ ଭଗ୍ନ, ସୀତା ବିବାହ ଆଦି ନାଟକ ପରିବେଷଣ ହୋଇଥିଲା।
ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଯୋଗ ଦେଇ ବେହେରା ପଡ଼ା ଭଳି ଗ୍ରାମରେ କଳାକାର ମଞ୍ଚ ପାଇଁ ବହୁତ ପ୍ରଶଂସା କରିଥିଲେ। ପ୍ରସିଦ୍ଧ କଳାକାର ମନୋଜ ମହାନ୍ତିଙ୍କ ରାବଣ ଭୂମିକାକୁ ଦର୍ଶକ ବହୁ ପ୍ରଶଂସା କରିଥିଲେ। ଆଞ୍ଚଳିକ ଡ଼ୁମାଲ ପରିଷଦ ଲମ୍ବଶରୀ କେଦ୍ର ବେହେରା ପଡ଼ା ଶାଖା ର ସହଯୋଗ ରେ ଶାନ୍ତିଶୃଙ୍ଖଳାର ସହିତ ଦର୍ଶକ ବିଳମ୍ୱିତ ରାତ୍ର ପର୍ଯ୍ୟନ୍ତ କଳାକାରଙ୍କ ନାଚଗୀତ ଓ ନାଟକକୁ ଉପଭୋଗ କରିଥିଲେ।
What's Your Reaction?






