୯୧ ବର୍ଷ ରେ ପଦାର୍ପଣ କଲା ଜୋରାଡ଼ବରା ରାମ ଲୀଳା ନାଟକ

Apr 1, 2026 - 22:16
 0  122
୯୧ ବର୍ଷ ରେ ପଦାର୍ପଣ କଲା ଜୋରାଡ଼ବରା ରାମ ଲୀଳା ନାଟକ

କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ବ୍ୟୁରୋ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରା ଗ୍ରାମ ରେ ୧୯୩୫ ମସିହା ରୁ ଆରମ୍ଭ ହୋଇଥିବା ରାମ ନବମୀ ଉତ୍ସବ ଚଳିତ ବର୍ଷ ୯୧ ବର୍ଷ ରେ ପଦାର୍ପଣ କରିଛି।ଗ୍ରାମ ବାସୀ ଙ୍କ ଉଦ୍ୟମ ରେ ୯୧ ବର୍ଷ ପୂର୍ବେ ଗ୍ରାମର ସ୍ବର୍ଗତ ଲଷ୍ମୀଧର ସାହୁ,ସ୍ବର୍ଗତ ରଜାପତି ସାହୁ,ସ୍ବର୍ଗତ ସଂସାର ସାହୁ,ସ୍ବର୍ଗତ ଦେବାରଚନ ସାହୁ,ସ୍ବର୍ଗତ ଦନାର୍ଦନ ସାହୁ, ସ୍ବର୍ଗତ ଦୁଃଖ ବେହେରା ଙ୍କ ଭଳି ଅନେକ କଳାକାର ମାନଙ୍କ ଅଭିନୟ ରେ ନାଟକ ଆରମ୍ଭ ହୋଇଥିଲା।ବର୍ତ୍ତମାନ ସେ ସମୟର ବରିଷ୍ଠ କଳାକାର ଗୁରୁବାରୁ ବେହେରା ୭୧ ବର୍ଷ ବୟସରେ ଆଜି ବି ରାମଲୀଳା ନାଟକ ରେ ସକ୍ରିୟ ଅଂଶ ଗ୍ରହଣ କରୁଛନ୍ତି। ତେବେ ଚଳିତ ବର୍ଷ ମଧ୍ୟ ଧୁମଧାମରେ ରାମନବମୀ ପାଳନ ସହିତ ୧୪ ଦିନ ବ୍ୟାପି ରାମ ଲୀଳା ନାଟକ ପ୍ରତେକ ରାତିରେ ମଞ୍ଚସ୍ତ ହେଉଛି।

ଏହି ଅବସରରେ ମଙ୍ଗଳବାର ରାତିରେ ପର୍ଶୁରାମ ଭେଟ ଅନୁଷ୍ଠିତ ହୋଇଥିଲା।ଏଥିରେ ରାମ ଭୂମିକା ରେ ଝସକେତନ୍ ସାହୁ ଲକ୍ଷ୍ମଣ - ନବୀନ ସାହୁ ,ସୀତା - ମଣ୍ଟୁ ଭୋଇ ପର୍ଶୁରାମ - ପରମାନନ୍ଦ ବେହେରାଦଶରଥ - ସୁବାସ ସାହୁ,ଭରତ - ଶରତ ସାହୁ,ଶତ୍ରୁଘ୍ନ - ମଣ୍ଟୁ ସାହୁ, ରାବଣ - ନନ୍ଦ ସାହୁ,ହନୁମାନ - ବେଲାର ଭୋଇ,ବିଭୀଷଣ - କିଶୋର ସାହୁ,କୌଶଲ୍ୟା - ସାଇ ସମ୍ଭୁ ସାହୁ,କୈକେୟୀ - କେରୁ ସାହୁ,ସୁମିତ୍ରା - ଡୋଳାମଣି ସାହୁ,ଋଷି - ଦିଲିପ୍ ସାହୁ,ଅଙ୍ଗଦ - ମିଲୁ ଭୋଇ,ସୁମନ୍ତ - କୁଶ ସାହୁ,ଜନକ - ଅନିରୁଧ ସାହୁ ଓ ବ୍ରାହ୍ମଣ ଭୂମିକା ରେ ଚୁଡାମଣି ସାହୁ ପ୍ରମୁଖ ରହିଛନ୍ତି।

What's Your Reaction?

like

dislike

love

funny

angry

sad

wow