ଦ୍ଵାଦଶ ବିଜ୍ଞାନ ରେ ରାଜ୍ୟ ଓଏଭି ଟପ୍ପର କେ.ସ୍ନେହା ଙ୍କୁ ମୁଖ୍ୟମନ୍ତ୍ରୀ କଲେ ସଂବର୍ଦ୍ଧିତ

Sep 6, 2024 - 17:11
 0  10
ଦ୍ଵାଦଶ ବିଜ୍ଞାନ ରେ ରାଜ୍ୟ ଓଏଭି ଟପ୍ପର କେ.ସ୍ନେହା ଙ୍କୁ ମୁଖ୍ୟମନ୍ତ୍ରୀ କଲେ ସଂବର୍ଦ୍ଧିତ

ସୁବର୍ଣ୍ଣପୁର :ଲୋକ ଆବାଜ୍. ଇନ୍ (ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

  ଚଳିତ ବର୍ଷ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ( ସିବିଏସ୍ ଇ )ର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ରେ ସୁବର୍ଣ୍ଣପୁର ଓଏଭି ପିପିଲିପାଲି ର କେ. ସ୍ନେହା ସମଗ୍ର ଓଡିଶା ରେ ଟପ୍ପର ହୋଇଥିବାରୁ ଆଜି ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ରେ ଭୂବନେଶ୍ଵର ର ଲୋକସେବା ସଦନ ଠାରେ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଚଳିତ ବର୍ଷ ଓଡିଶା ଆଦର୍ଶ ବିଦ୍ୟାଳୟ ପିପିଲିପାଲିର ପରୀକ୍ଷା ଫଳାଫଳ ରେ ଦ୍ୱାଦଶ ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା ୫୫ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ୫୧ ଜଣ ଛାତ୍ରଛାତ୍ରୀ ପାସ କରିଥିଲେ ସେଥିମଧ୍ୟରେ କେ. ସ୍ନେହା ୯୬.୮% ମାର୍କ ରଖି ବିଦ୍ୟାଳୟରେ ପ୍ରଥମ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ଟପ୍ପର ହୋଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏହି ଅବସରରେ କେ.ସ୍ନେହାଙ୍କୁ ସଂବର୍ଦ୍ଧିତ କରିବା ଅବସରରେ ତାଙ୍କର ଉତ୍ତରୋତ୍ତର ଉନ୍ନତି ତଥା ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଉକ୍ତ ସଂବର୍ଦ୍ଧନା ସଭାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଉପସ୍ଥିତ ଥିଲେ। ପ୍ରକାଶଯୋଗ୍ୟ ଯେ କେ.ସ୍ନେହା ସୁବର୍ଣ୍ଣପୁର ସହର ଢେରାପଡା ନିବାସୀ ଜନ୍ମେଜୟ ପାତ୍ର ଓ କେ.ପୂର୍ଣୀମା ଙ୍କର ସୁପୁତ୍ରୀ ଅଟନ୍ତି।

What's Your Reaction?

like

dislike

love

funny

angry

sad

wow