କନ୍ଧମାଳ ସାଂସଦ କୋଟଗଡ ଗସ୍ତରେ ଆସି ବନ୍ଦେ ମାତାରାମ ୧୫୦ ବର୍ଷ ପୂର୍ତ୍ତି ପାଳନ ଦିବସ ରେ ଯୋଗଦାନ
କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହି ଦୁଇ ଦିନିଆ ଗସ୍ତରେ ଆସି ବାଲିଗୁଡ଼ା ମିନି ଷ୍ଟାଡିୟମ୍ ର ବହୁ ପ୍ରତିକ୍ଷୀତ ଇନଡୋର ଷ୍ଟାଡିୟମ ର ଶୁଭ ଉଦଘାଟନ କରିବା ସହିତ କୋଟଗଡ଼ ବାପୁଜୀ ଆଶ୍ରମ ର ନାମଯଜ୍ଞ ରେ ଯୋଗ ଦେଇ ନୂତନ ଆଶ୍ରମ ର କୋଠା କୁ ଉଦ୍ଘାଟନ କରିଛନ୍ତି l ଏବଂ ସୁବର୍ଣ୍ଣଗିରୀ ପଂଚାୟତ ର ଲୁଦୁ ଜଳ ପ୍ରପାତ ସ୍ଥାନରେ ବନ୍ଦେ ମାତାରାମ ୧୫୦ ବର୍ଷ ପୂର୍ତ୍ତି ପାଳନ ବୈଠକ ରେ ଯୋଗ ଦେଇ ଘରେ ଘରେ ସ୍ବଦେଶୀ ର ବ୍ୟବହାର ସହିତ କିପରି ନିଜ ଦେଶରେ ସ୍ୱଦେଶୀ ଉତ୍ପାଦନ ଜିନିଷ ଗୁଡିକ ବ୍ୟବହାର କରି ପାରିବା ସେ ନେଇ କର୍ମୀ ଓ ସମସ୍ତ ଜନ ସାଧାରଣ ଙ୍କୁ ଉତ୍ସାହିତ କରିଥିଲେ l ଓ ଯୁବାଗୁଡା ପଂଚାୟତ, ଶ୍ରୀରାମପୁର ପଂଚାୟତ ର କିଛି ବିଜେଡ଼ି କର୍ମୀ ସରପଞ୍ଚ ଏବଂ ମାଦାଗୁଡାର କିଛି କର୍ମୀ ବିଜେଡି ଓ କଂଗ୍ରେସ ଛାଡି ବିଜେପି ରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି l ଲୁଦୁ ଜଳ ପ୍ରପାତ କୁ ଦେଖିବା ପାଇଁ ଜିଲ୍ଲା ଓ ରାଜ୍ୟ ବାହାର ର ପର୍ଯ୍ୟଟନ ମାନେ କାହିଁ କେତେ ଦୂରରୁ ଆସୁଛନ୍ତି ସେ ନେଇ କନ୍ଧମାଳ ସାଂସଦ କହିଛନ୍ତି ଲୁଦୁକୁ କିପରି ଅଧିକ ରୁ ଅଧିକ ପର୍ଯ୍ୟଟନ ଆସିପାରିବେ l ସେ ନେଇ ଲୁଦୁ ର ବିକାଶ ପାଇଁ ସାଂସଦ ୫ କୋଟି ଟଙ୍କା ର ଡିପିଆର ପ୍ରଜେଟ କେଦ୍ର ପର୍ଯ୍ୟଟନ ମନ୍ତ୍ରୀ ଙ୍କୁ ଅନୁମୋଦନ ପାଇଁ ପଠେଇ ଥିବା କହିଛନ୍ତି l ଏହା ପରେ ଗୁମ ପଦର ସରକାରୀ ବିଦ୍ୟାଳୟ ର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ କୁ ଉଦ୍ଘାଟନ କରି ଦାରିଙ୍ଗବାଡି ଫେରି ଯାଇଥିବା ଜଣାପଡିଛି l ଏଥିରେ ସାମିଲ ଥିଲେ ବ୍ଲକ ପ୍ରଶାସନ ଓ ପି ଏ ଆଇ ଟିଡି ଏ ବାଲିଗୁଡା କୃପାସିନ୍ଧୁ ବେହେରା, ସ୍ଥାନୀୟ ବିଡ଼ିଓ ଶୁଭକାନ୍ତ ନାଇକ ଓ ସୁରକ୍ଷା ରେ ସ୍ଥାନୀୟ ପୋଲିସ ପ୍ରଶାସନ
What's Your Reaction?