ଧାନ ଖରୀ ରେ ନିଆଁ ଲଗାଇ ଦେଲ ଦୁବୃର୍ତ୍ତ :ଲକ୍ଷାଧିକ ଟଙ୍କା ର ଧାନ ପୋଡି ପାଉଁଶ

Nov 20, 2024 - 20:30
 0  57
ଧାନ ଖରୀ ରେ ନିଆଁ ଲଗାଇ ଦେଲ ଦୁବୃର୍ତ୍ତ :ଲକ୍ଷାଧିକ ଟଙ୍କା ର ଧାନ ପୋଡି ପାଉଁଶ

କର୍ଲାମୁଣ୍ଡା : ( ଲୋକ୍ ଆବାଜ୍.ଇନ୍)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡାବ୍ଲକ ରିଷିଡା କୁମ୍ଭାରପଡା ସ୍ଥିତ ବୁଢ଼ୀବିଅଁର ଅଞ୍ଚଳରେ ଗତରାତି ରେ କେହି ଦୁର୍ବୁତ୍ତ ଧାନ ଖରୀ ରେ ନିଆଁ ଲଗେଇ ପୋଡିଦେଇଥିବା ଅଭିଯୋଗହୋଇଛି l ରିଷିଡା ଗାନ୍ଧୀନଗର ପଡା ଚାଷୀ ଭରତ ସୁନା ପ୍ରାୟ ସାଢେତିନି ଏକର ଜମି ଧାନ କାଟି ଖାରୀ କରି ରଖିଥିଲେ l ଆଜିସେ ଧାନ ମଡ଼େଇ ଥାନ୍ତେ କିନ୍ତୁ କେହି ଦୁର୍ବୃତ୍ତ ଗତ ରାତିରେ ଧାନ ଖାରୀ ରେ ନିଆଁ ଲଗେଇ ଦେଇଥିବାରୁ ସମ୍ପୂର୍ଣ୍ଣ ଭାବରେ ଧାନ ଖାରୀ ପୋଡି ପାଉଁଶ ହୋଇଯାଇଛି l 0pସକାଳେ ଖବର ପାଇ ଚାଷୀ ଭାରତ ସୁନା ଙ୍କ ପିତା ସୁବାସ ସୁନା ଜମିକୁ ଯାଇ ଏପରି ଅବସ୍ଥା ଦେଖି ମ୍ରିୟମାଣ ହୋଇଯାଇଥିଲେ l ପରେ କର୍ଲାମୁଣ୍ଡା ଦମକଳ ବାହିନୀ କୁ ଖବର ଦେବା ପରେ ଅଗ୍ନିଶମ ଅଧିକାରୀ କୃତିବାସ ଦାସ ଙ୍କ ନେତୃତ୍ୱ ରେ ଏକ ଟିମ ଆସି ନିଆଁ କୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ l କିନ୍ତୁ ସବୁ ଧାନ ପୋଡି ପାଉଁଶ ହୋଇଯାଇଥିଲା l ଧାନର ଆନୁମାନିକ ମୂଲ୍ୟ ଏକ ଲକ୍ଷ କୋଡିଏ ହଜାର ଟଙ୍କା ହେବ ବୋଲି ସୁବାସ ପ୍ରକାଶ କରିଛନ୍ତି l ରିଷିଡା ରାଜସ୍ବ ନିରୀକ୍ଷକ ଗିରିଶ ଚନ୍ଦ୍ର ସାହୁ ଓ ରିଷିଡା ଫାଣ୍ଡିଅଧିକାରୀ ବିପିନ ବିହାରୀ ମିଶ୍ର ଘଟନସ୍ଥଳ ରେ ପହଂଚି ତଦନ୍ତ କରିଥିଲେ l ପୀଡିତ ଙ୍କ ସମସ୍ତ ଧାନ କ୍ଷତି ହୋଇଥିବାରୁ ସରକାର ଙ୍କ ତରଫରୁ ସହାୟତା ଯୋଗାଇଦେବାକୁ ଦାବି ହୋଇଛି l

What's Your Reaction?

like

dislike

love

funny

angry

sad

wow