ଜୟନ୍ତପୁର ମହିମା ମଠରେ ମହିମା ଧର୍ମାବଲମ୍ବୀଙ୍କ ନବାନ୍ନ ଭକ୍ଷଣ
କୋକସରା: ଲୋକ ଆବଜ୍. ଇନ୍ (ତ୍ରିନାଥ ବେଶ୍ରା)
କଳାହାଣ୍ଡି ଜିଲ୍ଲା, ଦଣ୍ଡପାଟ ଅଞ୍ଚଳ ଜୟନ୍ତପୁର ମହିମା ମଠରେ ମଧ୍ଯ ଭକ୍ତିପୂତ ଭାବରେ ମହିମା ଧର୍ମାବଲମ୍ବୀ ଙ୍କ ନବାନ୍ନ ଭକ୍ଷଣ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ରବିବାର ସନ୍ଧ୍ୟାରେ ଅଖଣ୍ଡ ବ୍ରହ୍ମ ଧୂନି ପ୍ରଜ୍ବଳନ ପୂର୍ବକ ପ୍ରଭୁଙ୍କ ନାମ ଭଜନ କୀର୍ତ୍ତନ କରାଯାଇଥିଲା। ଉପସ୍ଥିତ ସମସ୍ତ ଭକ୍ତବୃନ୍ଦ ପ୍ରଭୁଙ୍କୁ ନିଜର ମଙ୍ଗଳ କାମନା କରି ଅଖଣ୍ଡ ବ୍ରହ୍ମ ଧୁନିକୁ ମୁଣ୍ଡିଆ ମାରିଥିଲେ। ସୋମବାର ବ୍ରହ୍ମ ମୁହୂର୍ତ୍ତରେ ସପ୍ତମୃତ ପଣା ସହ ନବାନ୍ନକୁ ପ୍ରଭୁଙ୍କୁ ଅର୍ପଣ କଲା ପରେ ସମସ୍ତ ମହିମା ଧର୍ମାବଲମ୍ବୀ ନବାନ୍ନ ଭକ୍ଷଣ କରିଥିଲେ। ପୂଜ୍ୟ ସାଧୁ ହର ବାବା ଅଖଣ୍ଡ ବ୍ରହ୍ମ ଧୁନି ପ୍ରଜ୍ବଳନ କରିବା ସହ ସମସ୍ତ ଭକ୍ତ ବୃନ୍ଦଙ୍କୁ ନବାନ୍ନ ଭୋଗ ସ୍ଵହସ୍ତରେ ଅର୍ପଣ କରିଥିଲେ। ସମସ୍ତେ ନବାନ୍ନ ଭକ୍ଷଣ କଲା ପରେ ପୂଜ୍ୟ ସାଧୁଙ୍କୁ ଶରଣ ମାନ୍ୟ କରି ଆଶୀର୍ବାଦ କାମନା କରିଥିଲେ। ପରେ ସମସ୍ତ ଭକ୍ତ ବୃନ୍ଦ ପରସ୍ପର ମଧ୍ୟରେ ଶରଣ ମାନ୍ୟ କରିଥିଲେ। ପାଳିତ ହୋଇଥିବା ଏହି ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମରେ ଦିଗାମ୍ବର ଭକ୍ତ , ପବିତ୍ର ଭକ୍ତ, ବୈକୁଣ୍ଠ ଭକ୍ତ, ରୁପେନ୍ଦ୍ର ଭକ୍ତ, ଅଭି ଭକ୍ତ, ତ୍ରିନାଥ ଭକ୍ତ,ମୁରଲୀ ଭକ୍ତ, ଲିଙ୍ଗରାଜ ଭକ୍ତ, ଚୈତନ୍ୟ ଭକ୍ତ, ଜୟ ଭକ୍ତ, ଲଳିତ ଭକ୍ତ,ଧର୍ମାନନ୍ଦ ଭକ୍ତ, ଜୟଦେବ ଭକ୍ତ, ଘନଶ୍ୟାମ ଭକ୍ତ, ହରି ଭକ୍ତ, କୋକିଳ ଭକ୍ତ, ଧର୍ମାନନ୍ଦ ଭକ୍ତ, ଜୟଦେବ ଭକ୍ତ, ବଲ୍ଲଭ ଭକ୍ତ, ଗୋବର୍ଦ୍ଧନ ଭକ୍ତ, ରାଜୀବ ଭକ୍ତ, ଅଯୋଧ୍ୟା ଭକ୍ତ ସମେତ ଶତାଧିକ ଭକ୍ତବୃନ୍ଦଙ୍କ ସମାଗମ ଦେଖିବାକୁ ମିଳିଥିଲା।
What's Your Reaction?






