ଜିଲ୍ଲା ସ୍ତରୀୟ ଲୋକକଳାର ସମାବେଶ, ପୁର୍ବତନ ବିଧାୟକ କରେନ୍ଦ୍ର ମାଝୀ ଙ୍କୁ ବିୟୋଗ ରେ ଶୋକ ସଭା
ବାଲିଗୁଡା: ଲୋକ ଆବାଜ୍. ଇନ୍ (ପ୍ରମୋଦ କୁମାର ଦଣ୍ଡସେନା)
- କନ୍ଧମାଳ ଜିଲ୍ଲା ବାଲିଗୁଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ଜିଲ୍ଲା ସ୍ତରୀୟ ଲୋକ କଳାକାର ସମାବେଶ ଓ ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ଙ୍କ ବିୟୋଗ ରେ ଶୋକ ସଭା ବୁଧବାର ଦିନ ଅନୁଷ୍ଠିତ ହୋଇ ଯାଇଛି, ବାଲିଗୁଡା ର ଯୁବନାଟ୍ୟକାର ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ଙ୍କ ନେତୃତ୍ବ ଏବଂ ପାରମ୍ପରିକ ଲୋକ କଳାକାର ସଂଘ ର ସଭାପତି ଅକ୍ଷୟ କର୍ଣ୍ଣ ଅଧ୍ୟକ୍ଷତା ରେ ଆୟୋଜିତ ଏହି ଜିଲ୍ଲା ସ୍ତରୀୟ ସମାବେଶ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ପଣ୍ତିତ ବିଶିମାଝୀ, ମୁଖ୍ୟବକ୍ତା ଭାବେ ସଂସ୍କୃତି ବିଭାଗ ର ପୂର୍ବତନ ରାଜ୍ୟ ସଂଯୋଜକ ବାସୁଦେବ ମାଲ ବିଷୋୟୀ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ବିଜେପି ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ, ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ସମାଜସେବୀ ତଥା ସଂସ୍କୃତି ସଂଗଠକ ପରେଶ ମହାପାତ୍ର, ସମାଜସେବୀ ଗୁରୁରାମ ପାତ୍ର ମଞ୍ଚାସୀନ ଥିଲେ l ସଭାକାର୍ଯ୍ୟ ପ୍ରାରମ୍ଭ ରୁ ଜଗନ୍ନାଥ ଙ୍କ ଉଦ୍ଦେଶ୍ୟ ରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୁଷ୍ପ ମାଳା ଅର୍ପଣ ସହ ଦିବଂଗତ ବିଧାୟକ କରେନ୍ଦ୍ର ମାଝୀ ଙ୍କ ଅମର ଆତ୍ମ ର ସଦଗତି କାମନା କରିବା ସହିତ ସ୍ମୃତି ଚାରଣ କରାଯାଇ ଥିଲା l ଆମନ୍ତ୍ରିତ ଅତିଥିଗଣ ଜିଲ୍ଲା ର ପ୍ରାଚୀନ ସଂସ୍କୃତି ପରମ୍ପରା ଐକିହ କୁ ବଜାୟ ରଖିବା ସହିତ ସଂଗଠନ କୁ ସୁଦୃଢ଼ କରିବା ପାଇଁ ପରାମର୍ଶ ଦିଆ ଯାଇଥିଲା, ପାରମ୍ପରିକ ଲୋକ କଳାକାର ସଂଘ ପକ୍ଷରୁ ଜିଲ୍ଲା ର ସମସ୍ତ ବ୍ଲକ୍ ର ସଦର ମହକୁମା ଠାରେ କଳାକାର ଙ୍କ ପାଇଁ ସଂସ୍କୃତି ଭବନ ନିର୍ମାଣ ଏବଂ ପ୍ରତ୍ୟେକ ଗାଁ ରେ ଭାଗବତ ଟୁଙ୍ଗୀ ନିର୍ମାଣ ପାଇଁ ନିବେଦନ କରାଯାଇଥିଲା ଏହି କାର୍ଯକ୍ରମ ରେ ସମସ୍ତ ବ୍ଲକ୍ ର ବରିଷ୍ଠ କଳାକାର ମାନେ ଯୋଗ ଦେଈଥିଲେ ବରିଷ୍ଠ କଳାକାର ଲକ୍ଷ୍ମୀ ନାରାୟଣ ଦଣ୍ଡିଆ ଧନ୍ୟବାଦ୍ ଅର୍ପଣ କରିଥିଲେ l
What's Your Reaction?