ନାବାଳକ ଭିନ୍ନକ୍ଷମ ଜଗଦୀଶ ପାଇଁ ଜେଜେ ଓ ଜେଜେ ମା ର ସାହାରା, ପ୍ରଶାସନ ର ଦୃଷ୍ଟି କେବେ ପଡିବ।

ଧର୍ମଗଡ଼: ୧୮/୦୩(ଲୋକ ଆବାଜ ଇନ/ସନତ କୁମାର ପ୍ରଧାନୀ ଙ୍କ ରିପୋର୍ଟ)
ଆଜନ୍ମ ରୁ ଭିନ୍ନକ୍ଷମ,ବାପା ମା ମଧ୍ୟ ମାନସିକ ରୋଗାକ୍ରାନ୍ତ, ଏଭଳି ସ୍ଥିତିରେ ନାବାଳକ ୫ ବର୍ଷ ର ଶିଶୁ ର ସେବାଜତ୍ନ କରୁଛନ୍ତି ବୟସ ର ସାୟାହ୍ନ ରେ ପହଞ୍ଚି ଥିବା ବୃଦ୍ଧା ଜେଜେ ଓ ଜେଜେ ମା,ଏଭଳି କିଛି ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି କୋକସରା ବ୍ଲକ ସାନ ପୋଡ଼ାଗୁଡା ପଂଚାୟତ ସୋରିପଡ଼ା ରେ, ଗ୍ରାମରେ ରହୁଥିବା ମାନସିକ ରୋଗାକ୍ରାନ୍ତ ବାପା ଲାବନ୍ୟ ସୋରି ଓ ମା ରତନି ସୋରି ଙ୍କ ୫ ବର୍ଷ ର ପୁଅ ଜଗଦୀଶ ଜନ୍ମ ରୁ ଭିନ୍ନକ୍ଷମ। ବାପା ମା ଙ୍କ ମାନସିକ ସ୍ଥିତି ଭଲ ନଥିବା ବେଳେ ବୃଦ୍ଧ ଜେଜେ ଶୋଭା ସୋରି ଓ ଜେଜେମା କ୍ଷୀରମଣି ସୋରି ଭିନ୍ନକ୍ଷମ ନାତି ଜଗଦୀଶ କୁ ସେବାଜତ୍ନ ସହ ଲାଳନପାଳନ କରି ଆସୁଛନ୍ତି। ତେବେ ବାର୍ଦ୍ଧକ୍ୟ ଯୋଗୁ ସେମାନେ ମଧ୍ୟ ଆଉ କେତେଦିନ ଭିନ୍ନକ୍ଷମ ନାତି ଓ ମାନସିକ ରୋଗାକ୍ରାନ୍ତ ପୁଅ ଓ ବୋହୁ କୁ ଦେଖାଶୁଣା କରିବେ। ନାତି ଜଗଦୀଶ କୁ ନିଜର ସାଧ୍ୟ ମତେ ଚିକିତ୍ସା କରାଇଥିଲେ, ହେଲେ ଫଳପ୍ରଦ ହେଲାନାହିଁ। କୁଳି ମଜୁରୀ କରି ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଓ ମିଳୁଥିବା ପିଡ଼ିଏସ ଚାଉଳ ଗଣ୍ଡାକରେ ଅତି ଦୁଃଖକଷ୍ଟ ରେ ଜୀବନ ଅତିବାହିତ କରୁଛନ୍ତି।ବ୍ଲକ ପ୍ରଶାସନ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ଶିବିର ଆୟୋଜନ ହେଉଛି, ହେଲେ ପଞ୍ଚାୟତ ରେ କାର୍ଯ୍ୟରତ କର୍ମଚାରୀ ମାନେ କିମ୍ବା ସ୍ଥାନୀୟ ଜନ ପ୍ରତିନିଧି ମାନେ ଏଭଳି ଘଟଣା କୁ ପ୍ରଶାସନ ନିକଟରେ ଉପସ୍ଥାପନ କରୁ ନାହାଁନ୍ତି, ଫଳରେ ଯୋଜନା ର ଲାଭ ଏମିତି ନିଷ୍ପେସିତ ହିତାଧିକାରୀଙ୍କ ପାଖରେ ଅପହଞ୍ଚ ହୋଇ ପଡୁଛି। ଏନେଇ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଙ୍କ ପ୍ରତିକ୍ରିୟା ନେବାରୁ ଘଟଣା ସମ୍ପର୍କରେ ଅବଗତ ନଥିଲି, ଆସନ୍ତାକାଲି ପଞ୍ଚାୟତ ପିଇଓ ଓ ବ୍ଲକ ସମାଜିକ ସୁରକ୍ଷା ଅଧିକାରୀ ଙ୍କୁ ପଠାଇ ଘଟଣା ସମ୍ପର୍କରେ ସମସ୍ତ ତଥ୍ୟ ମିଳିବା ପରେ ପ୍ରଶାସନିକ ସ୍ତରରେ ଯାହା ବି ସହାୟତା ଓ ଚିକିତ୍ସା ସୁବିଧା ରହିଛି ଯୋଗାଇ ଦିଆଯିବ ବୋଲି କହିଛନ୍ତି।
What's Your Reaction?






