କଣ୍ଟାମାଳ ବ୍ଲକରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

Sep 28, 2024 - 13:36
 0  18
କଣ୍ଟାମାଳ ବ୍ଲକରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାମାଳ: ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

କଣ୍ଟାମାଳ ବ୍ଲକ ଗୋଛାଗୋରା ଉପ୍ରା ବିଦ୍ୟାଳୟରେ ଖୁଣ୍ଟିଗୋରା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କ୍ଲଷ୍ଟର ସଂଯୋଜକ ଶତ୍ରୁଘନ ଜାନିଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାବିତ ଦେବାଧି ମଲିକ ମୁଖ୍ୟ ଅତିଥି ଏବଂ ସାମ୍ବାଦିକ ବଂଶୀଧର ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୁରଭି କାର୍ଯ୍ୟକ୍ରମ ଆୟୋଜନ ଦ୍ବାରା ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ଗୁଣାବଳିର ବିକାଶ ହୋଇଥାଏ ବୋଲି କହିଥିଲେ । ଦେବାନନ୍ଦ ବେହେରା ସଭାପତିତ୍ବ କରିଥିଲେ l ଧର୍ମାନନ୍ଦ ସାହୁ ମଞ୍ଚ ପରିଚାଳନା କରିଥିଲେ l ବିପିନ ପ୍ରଧାନ ଧନ୍ୟବାଦ ଦେଇଥିଲେ l

ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବକ୍ତୃତା, ବିତର୍କ, ସାଧାରଣ ଜ୍ଞାନ, ସଙ୍ଗୀତ, ନୃତ୍ୟ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଖୁଣ୍ଟିଗୋରା କ୍ଲଷ୍ଟର ଅଧିନ ୨ଟି ହାଇସ୍କୁଲ ସମେତ ୯ଟି ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ଉପହାର ଦେଇ ସମ୍ମାନିତ କରାଯାଇଥିଲା l ଗୋଛାଗୋରା ସ୍କୁଲର ପ୍ରଧାନ ଶିକ୍ଷକ ଉପେନ୍ଦ୍ର ଭୋଇ, ଶିକ୍ଷକ ବୀରବର ମେସୁଆ, ସୁରେନ୍ଦ୍ର ସାହୁ ଓ କମିଟି ସଦସ୍ୟ ସହଯୋଗ କରିଥିଲେ l ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନେ ଉପସ୍ଥିତ ଥିଲେ ସେହିପରି ପଲସା ଗୋରା ବିଦ୍ୟାଳୟରେ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସରପଞ୍ଚ ସୁଶ୍ରୀ ସୌଦାମିନୀ ମଲ୍ଲିକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଦ୍ଧବ ମହାଳିକ ଯୋଗ ଦେଇଥିଲେ | ସିଆରସିସି ହୃଦାନନ୍ଦ ଦନ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେସହକାରୀ ଶିକ୍ଷକ ଅଶୋକ ମହାନ୍ତି, ବଳଦେବ ପ୍ରହରାଜ, ସମ୍ବିତ ପ୍ରଧାନ, ପ୍ରଭାତ ଖମାରୀ ଓ ଅଜିତ ଗିରି ପ୍ରମୁଖ ସହଯୋଗ କରିଥିଲେ | ଡ୍ରଇଂ, ବକ୍ତୃତା, ପ୍ରବନ୍ଧ ଲିଖନ, ଗ୍ରୁପ ଦ୍ୟାନ୍ସ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା | କ୍ଳଷ୍ଟର ଅଧୀନ ୧୩ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ |

What's Your Reaction?

like

dislike

love

funny

angry

sad

wow