ନିଆରା ଢଙ୍ଗରେ ଦୀପାବଳି ପାଳିଲେ ସମାଜସେବୀ ବୁଲୁ ମଲ୍ଲିକ

ବାଲିଗୁଡା:- ଲୋକ ଆବାଜ.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ନିଆରା ଢଙ୍ଗରେ ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ପାଳିଲେ ସାର୍ତ୍ତୃଲୁ ଗ୍ରାମ ପଞ୍ଚାୟତର ଉପାନ୍ତ ଗ୍ରାମ ମେଡ୍ କୁଡ ରେ କୁନି କୁନି ଛୁଆଙ୍କୁ ପୋଷାକ ବିତରଣ କରିଛନ୍ତି ଯୁବ ସମାଜ ସେବୀ ବୁଲୁ ମଲିକ। ନା ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ଅଛି ନା ଅଛି ରହିବା ପାଇଁ ସୁନ୍ଦର ବାସଗୃହ ଅଛି କେବଳ ଅଛି ବଣ ,ଜଙ୍ଗଲ,ପାହାଡ଼ ଏହି ପାଠ ପଢିବା ପାଇଁ ସ୍କୁଲ ଘର ନାହଁ ପିଇବା ପାଇଁ ପାଣି ମଧ୍ୟ ନାହିଁ କେବଳ ନାଳ ନର୍ଦ୍ଧମା ପାଣି ବ୍ୟହାର କରୁଛନ୍ତି ଗ୍ରାମ ବାସୀ। ପ୍ରତି ବର୍ଷ ବୋଲି ଏହି ବର୍ଷ ମଧ୍ୟ ଉପାନ୍ତ ଅଞ୍ଚଳକୁ ଯାଇ କୁନି କୁନି ଛୁଆଙ୍କ ସହ ଦୀପାବଳି ପାଳିଛନ୍ତି ସମାଜ ସେବୀ ବୁଲୁ ମଲିକ ।କୁନି କୁନି ଛୁଆଙ୍କ ମୁହଁରେ ହସ ଟିକେ ଦେଖିବା ହେଉଛି ତାର ମୂଳ ଲକ୍ଷ ।
ଏହି ଛୁଆ ମନେ ହେଉଛନ୍ତି ଆଗାମୀ ଭବିଷ୍ୟତର ନାଗରିକ ଏମାନଙ୍କୁ ଗୋଡି ତୋଳିବା ହେଉଛି ଆମର କର୍ତ୍ତବ୍ୟ । ଉପାନ୍ତ ଅଞ୍ଚଳ ଗସ୍ତ ସମୟରେ ଫ୍ରେଣ୍ଡସ୍ କ୍ଲବର ସକ୍ରିୟ ସଦସ୍ୟ ମଥୁରା ପ୍ରଧାନ ଓ ନିରଞ୍ଜନ ସାହୁ ନିଜର ବହୁ ମୂଲ୍ୟ ସମୟ ନଷ୍ଟ କରି ବୁଲୁ ମଲିକଙ୍କୁ ସଯୋଗ କରିଥିବାରୁ କ୍ଲବର ସଦସ୍ୟଙ୍କୁ ଧନ୍ୟବାଦ ଦେଇ ଥିଲେ ।।
What's Your Reaction?






