ଡାଲାମେକ୍ସ ଧକ୍କା ରେ ଜଣେ ମୃତ ଜଣେ ଗୁରୁତର

Dec 20, 2024 - 08:22
 0  7
ଡାଲାମେକ୍ସ ଧକ୍କା ରେ ଜଣେ ମୃତ ଜଣେ ଗୁରୁତର

,କଣ୍ଟାମାଳ ଲୋକ ଆବାଜ.ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ୪୧ ରାଜ୍ୟରାଜପଥ ର ରୁଣ୍ଡିମହୁଲ ବସଷ୍ଟାଣ୍ଡ ଓ ସୁଲିଆ ବସଷ୍ଟାଣ୍ଡ ମଝିରେ ସାନକୁସଙ୍ଗ ଛକ ଠାରେ ଡାଲାମେକ୍ସ ଗାଡି ଧକ୍କା ରେ ଜଣେ ମୃତ ଜଣେ ଗୁରୁତ୍ୱର ଅବସ୍ଥାରେ ଉଦ୍ଧାର l ପ୍ରକାଶ ଥାଉକି ରୁଣ୍ଡିମହୁଲ ଗ୍ରାମର ଲିଙ୍ଗରାଜ ସାହୁ ଓ କାଶୀନାଥ ସାହୁ ମର୍ଣ୍ଣି ୱାର୍କ ପାଇଁ ଆସିଥିବା ବେଳେ ଉଭୟ ଙ୍କୁ ଏକ ଡାଲା ମେକ୍ସ ଧକ୍କା ଦେଇଥିଲା ଫଳରେ ଲିଙ୍ଗରାଜ ଙ୍କୁ ଆମ୍ବୁଲାନ୍ସ ଯୋଗେ କଣ୍ଟାମାଳ ଡାକ୍ତରଖାନାକୁ ନିଆଯାଇଥିଲା ସେଠାରେ ଡାକ୍ତର ଲିଙ୍ଗରାଜ ଙ୍କୁ ମୃତ ଘୋଷଣା କରିଥିଲେ l ଶବ ବ୍ୟବଛେଦ ପାଇଁ ମନମୁଣ୍ଡା ପଠାଯାଇଥଲା l ଶବ ବ୍ୟବଛେଦ କରାଯାଇ ରୁଣ୍ଡିମହୁଲ ଗ୍ରାମକୁ ଅଣା ଯାଇ ଗାଁ ଶ୍ମଶlନରେ ଶବଦାହ କରାଯାଇଥିଲା l ତାଙ୍କର ଭାଇ ଦାମ ସାହୁ ମୁଖାଗ୍ନି ଦେଇଥିଲେ l ଗୁରୁତର ହୋଇଥିବା କାଶୀନାଥ ସାହୁ ଙ୍କୁ ଉଦ୍ଧାର କରି ତାଙ୍କୁ ପ୍ରଥମେ ସୁବର୍ଣ୍ଣପୁର ଓ ଅଧିକ ଗୁରୁତ୍ୱର ହେବାରୁ ବୁର୍ଲାନିଆଯାଇ ସେଠାରେ ଚିକିତ୍ସା କରାଯାଉଥିବାର ଜଣାଯାଇଛି l ଏପଟେ ପୁଲିସ ଦୁର୍ଘଟଣା ଘଟେଇଥିବା ଡାଲା ମେକ୍ସକୁ ଜବତ କରିଥିବା ବେଳେ ଚାଲକ ଚମ୍ପଟ ମାରିଛିl ପୁଲିସ ଏକମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା କଣ୍ଟାମାଳ ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ କହିଛନ୍ତି I

What's Your Reaction?

like

dislike

love

funny

angry

sad

wow