ନୂଆପଡା ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କ ଦୁଖଃର ଅନ୍ତ ଘଟାଇବାକୁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ନୂଆପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

Aug 22, 2024 - 20:18
 0  11
ନୂଆପଡା ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କ ଦୁଖଃର ଅନ୍ତ ଘଟାଇବାକୁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ନୂଆପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ନୂଆପଡା (ରାମନାଥ ପଣ୍ଡାଙ୍କ ରିପୋର୍ଟ , ଲୋକ ଆବାଜ) :

ନୂଆପଡା ଜିଲ୍ଳାରୁ ପ୍ରବାସୀ ଶ୍ରମିକ ଚାଲାଣ ନିମନ୍ତେ ଅନେକ ସମାଲୋଚନା ଭିତରକୁ ଠେଲି ହୋଇଯାଉଥିଲା ଜିଲ୍ଲା । ବହୁ ସଂଖ୍ୟାରେ ନୂଆପଡ଼ା ଜିଲ୍ଲାରୁ ଅନ୍ୟ ରାଜ୍ୟକୁ ଶ୍ରମିକ ଭାବରେ ଯାଇ ନାହି ନଥିବା ଘଟଣାର ଶିକାର ହୋଇ ମୃତ ଅବା ଜୀବନ୍ତ ଅବସ୍ଥାରେ ଭିଟା ମାଟିକୁ ଫେରିବାର ଅତୀତ ସୂଚନା ପ୍ରଦାନ କରିଛି ।ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଜିଲ୍ଳା ଶ୍ରମ ଅଧିକାରୀ ରବିନ୍ଦ୍ର ବାର୍ଲାଙ୍କୁ ଜିଲ୍ଲାର ସମସ୍ତ ଶ୍ରମିକ ମାନଙ୍କ ଏକ ଡାଟା ବେସ ତିଆରି କରିବାକୁ ନିର୍ଦ୍ଦେଶ କରିଛନ୍ତି l ଏଥିରେ ଜିଲ୍ଲାରେ କାମ ଖୋଜୁଥିବା ଏବଂ କାମ ଅନ୍ବେଷଣରେ ବାହାର ରାଜ୍ୟକୁ ଯିବାପାଇଁ ପ୍ରସ୍ତୁତ ହେଉଥିବା ସମସ୍ତ ଶ୍ରମିକ ମାନଙ୍କର ସମ୍ପୂର୍ଣ ବିବରଣୀ ରହିବ l ସେମାନଙ୍କ ନାମ, ପିତା କିମ୍ବା ସ୍ୱାମୀଙ୍କ ନାମ,ବୟସ, ଠିକଣା -ଗ୍ରାମ, ପଂଚାୟତ, ବ୍ଲକ, ଶିକ୍ଷାଗତ ଯୋଗ୍ୟତା, ମୋବାଇଲ ନମ୍ବର , ଲେବର କାର୍ଡ ନମ୍ବର, ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚତ କର୍ମନିଯୁକ୍ତି ଯୋଜନାର କାର୍ଡ ନମ୍ବର, ବର୍ତ୍ତମାନର ଜୀବିକା ସମ୍ବନ୍ଧରେ ସଠିକ ତଥ୍ୟ ରହିବ, ପଂଚାୟତରାଜ ସଂସ୍ଥା ସାହାଯ୍ୟରେ ଜିଲ୍ଲା ଶ୍ରମ ଅଧିକାରୀ ଏହାକୁ ପ୍ରସ୍ତୁତ କରିବେ l ଏହି କାମରେ ଜିଲ୍ଲାର ସମସ୍ତ ବିଡ଼ିଓ, ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ, ପିଡି ଡୁଡା ସହଯୋଗ କରିବେ l ଏବେ ରାଜ୍ୟ ସରକାରଙ୍କ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ଶ୍ରମିକ ମାନଙ୍କ ପାଇଁ ବିଭିନ୍ନ ସହାୟତା ଯୋଜନା ଉପଲବ୍ଧ 

ଅଛି l ଯେପରିକି ମହିଳା ଶ୍ରମିକ ନିଜେ କିମ୍ବା ଝିଅର ବାହାଘର ପାଇଁ ପାଇବେ ୫୦ ହଜାର ଟଙ୍କା ସାହାଯ୍ୟ , ପ୍ରସୂତି କାଳୀନ ସହାୟତା ରାଶି ୧୦ ହଜାର ଟଙ୍କା, ବିଭିନ୍ନ ବର୍ଗରେ ପୁଅଝିଅଙ୍କ ପାଠପଢା ପାଇଁ ଖର୍ଚ୍ଚ ବାବଦକୁ ବାର୍ଷିକ ୨ ହଜାର ଟଙ୍କା ରୁ ୪୦ ହଜାର ଟଙ୍କା ସହାୟତା ପ୍ରଦାନ, ମୃତ୍ୟୁ ପରବର୍ତ୍ତୀ ସହାୟତା ୨ ଲକ୍ଷ ଟଙ୍କା, ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କା, ଅନ୍ତେଷ୍ଟିକ୍ରିୟା ପାଇଁ ୫ ହଜାର ଟଙ୍କା ର ସହାୟତା ଜିଲ୍ଲାରେ ତୁରନ୍ତ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ l ଏହା ସହିତ ପ୍ରବାସୀ ଶ୍ରମିକକୁ ଉତ୍ସାହିତ କରିବା ପାଇଁ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ଆହୁରି ଲୋକାଭିମୁଖୀ କରି ସମସ୍ତ ଶ୍ରମିକ ପାଇଁ ନିଜ ଅଂଚଳରେ ରୋଜଗାର ଯୋଗାଇ ଦିଆଯିବ, ସେମାନଙ୍କ ଜୀବନ ଜୀବିକାରେ ସୁଧାର ଆଣିବା ପାଇଁ କୃଷି, ପଶୁପାଳନ, ମତ୍ସ୍ୟ ଚାଷ, ଉଦ୍ୟାନ ତଥା ପନିପରିବା ଚାଷ ଇତ୍ୟାଦି ଲାଇନ ଡିପାର୍ଟମେଣ୍ଟ ମାନଙ୍କ ସହାୟତା ନିଆଯିବ ତଥା ଶ୍ରମିକ ମାନଙ୍କ କୌଶଳର ବିକାଶ ସାଧନ କରାଯିବ l ଏହିଭଳି ଲକ୍ଷ୍ୟ ନେଇ ସାମୁହିକ ଭାବରେ ପ୍ରସ୍ତୁତି କଲେ ଆମେ ନୂଆପଡା ଜିଲ୍ଲାକୁ ଧୀରେ ଧୀରେ ପ୍ରବାସୀ ଶ୍ରମିକ ମୁକ୍ତ ଜିଲ୍ଲାରେ ପରିଣତ କରି ପାରିବା ବୋଲି ଜିଲ୍ଲାପାଳ କହିଛନ୍ତି l

What's Your Reaction?

like

dislike

love

funny

angry

sad

wow